ଚାଇନାର ନାହିଁ ବିବେକ: ନିଜ ସୈନ୍ୟଙ୍କ ମୃତଦେହ ଚିହ୍ନିବାକୁ କଲା ମନା

ବେଜିଂ, ୧୪।୭: ଚାଇନାର ଯେ, ବିବେକ ନାହିଁ ତାହା ଏବେ ଜଣାପଡ଼ିଛି। ଗଲଓ୍ବାନ ଘାଟିରେ ଜୁନ୍‌ ୧୫ରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହିଂସ୍ରକ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିଲେ। ତେବେ ଏହି ଘଟଣାରେ ଯେଉଁ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା ସେମାନଙ୍କର ମୃତଦେହ ନେବାକୁ ଚାଇନା ଏବେ ମନା କରୁଛି। ମୃତଦେହଗୁଡ଼ିକୁ ଚିହ୍ନବାକୁ ଚାଇନା ରୋକଠୋକ୍‌ ମନା କରିଦେଇଛି। ଏପରି କରି ଚାଇନା ନିଜର ଦୋଷ ଲୁଚାଇବାର ଉଦ୍ୟମ କରୁଥିବା ନେଇ ଅନ୍ତ୍ରଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଗଲାଓ୍ବାନ ଘାଟିର ଶହୀଦ୍‌ଙ୍କୁ ଭାରତରେ ସମ୍ମାନ ଦିଆଯାଇଥିଲା। ମାତ୍ର ଚାଇନାରେ ମୃତ ସୈନ୍ୟଙ୍କ ପରିବାରବର୍ଗଙ୍କୁ ତିରସ୍କାର କରାଯାଇଥିବା କୁହାଯାଉଛି। ଆମେରିକା ଗୋଇନ୍ଦା ବିଭାଗ ରିପୋର୍ଟ ଅନୁସାରେ ଗଲଓ୍ବାନ ଘାଟିର ସଂଘର୍ଷରେ ୩୫ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା।

Share