ଚାଇନା ନେପାଳର ୩୬ ହେକ୍ଟର ଜମି କରିଛି ଦଖଲ…

ବେଜିଂ/କାଠମାଣ୍ଡୂ,୨୪।୧୧ : ନେପାଳର ଉତ୍ତର ସୀମାରେ ଚାଇନା ୧୦ଟି ସ୍ଥାନରେ ୩୬ ହେକ୍ଟର ଜମି ଦଖଲ କରିଛି। ନେପାଳର କୃଷି ମନ୍ତ୍ରଣାଳୟ ସ୍ବାରା ଜାରି କରାଯାଇଥିବା ସର୍ଭେ ଡକ୍ୟୁମେଣ୍ଟରେ ଏହା ପ୍ରକାଶ ପାଇଛି। ସେହିଭଳି ଗୃହ ମନ୍ତ୍ରଣାଳୟର ଏକ ଅଧ୍ୟୟନରେ ନିଷ୍ପତ୍ତି ନିଆଯାଇଛି ଯେ ନେପାଳର ରାଜ୍ୟ ନୀତିରେ ସୀମା ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ।

ଚାଇନା ପିପୁଲ୍ସ ଲିବରେଶନ ଆର୍ମି ୨୦୧୬ ରେ ନେପାଳର ଏକ ଜିଲାରେ ପଶୁପାଳନ ପାଇଁ ଏକ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ମାଣ କରିଥିଲା। ତେବେ ଏପର୍ଯ୍ୟନ୍ତ ନେପାଳ ଏହାର ପ୍ରତିକ୍ରିୟା ଦେଇ ନାହିଁ। ବ୍ରିଟେନ ଭିତ୍ତିକ ଗଣମାଧ୍ୟମ ଦ୍ୱାରା ଫେବୃଆରୀ ୨୦୨୨ ରେ ପ୍ରକାଶିତ ରିପୋର୍ଟରେ ଚାଇନା ନେପାଳ ସୀମାରେ ଅତିକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ସରକାରୀ କାଗଜପତ୍ର ଆଧାରରେ ନେପାଳର ଦୂର ପଶ୍ଚିମ ହମଲା ଜିଲାର ଏକ ସୀମା ପୋଷ୍ଟ ଚାରିପାଖରେ କେନାଲ ଏବଂ ରାସ୍ତା ନିର୍ମାଣ କରିଛି। ।

ଚାଇନା ଲାଲୁଙ୍ଗଜୋଙ୍ଗ ସୀମା ଅଞ୍ଚଳରେ, ନେପାଳ ପାଖରେ ଥିବା ସୀମାରେ ନଜର ରଖିଛି। ଚାଇନା ନେପାଳର ୧୫ଟି ଜିଲା ମଧ୍ୟରୁ ସାତୋଟିରୁ ଅଧିକ ଡୋଲାଖା, ଗୋର୍ଖା, ଡାର୍କୁଲା, ହମଲା, ସିନ୍ଧୁପାଲଚୋକ, ସାଧୁୱାସା ଏବଂ ରସୁୱା ଜିଲା ସମେତ ଅନ୍ୟ କେତେକ ଜିଲାରେ ଚାଇନା ଜମି ଅତିକ୍ରମଣ କରୁଛି।

କାଠମାଣ୍ଡୁ ପୋଷ୍ଟ ଅନୁଯାୟୀ, ଯୁଗ୍ମ ସଚିବ ଜୟନାରାୟଣ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅଧ୍ୟୟନ କମିଟି ସେପ୍ଟେମ୍ବର ୨୦୨୧ ର ଶେଷ ସପ୍ତାହରେ ଗୃହମନ୍ତ୍ରୀଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲା।

 

Share