ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଆଉ ନଅଟି ଦ୍ୱୀପ ଦେଶ ଉପରେ ନଜର ପକାଇଲା ଚାଇନା: ବଢିଲା ଶୀତଳ ଯୁଦ୍ଧ, ବିଶ୍ୱଯୁଦ୍ଧ ଆଶଙ୍କା

ବେଜିଂ,୨୮ ।୫: ଚାଇନା ସୋଲେମନ ଆଇସଲ୍ୟାଣ୍ଡ ସହ ଏପ୍ରିଲ ମାସରେ ସୁରକ୍ଷା ଚୁକ୍ତି କରିବା ପରେ ଆମେରିକା ଓ ସହଯୋଗୀ ଦେଶର ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ସୁରକ୍ଷାକୁ ନେଇ ଚିନ୍ତା ବୃଦ୍ଧି ପାଇଥିଲା । ପରମ୍ପରାଗତ ଭାବେ ଆମେରିକା ନୌସେନାର ପ୍ରଭାବ ଥିବା ଏହି ଅଞ୍ଚଳରେ ଚୀନର ପ୍ରବେଶ ତାକୁ ଚିନ୍ତାରେ ପକାଇ ଦେଇଥିଲା ।
ସୋଲେମନ ଆଇସଲ୍ୟାଣ୍ଡ ପରେ ଏବେ ଚାଇନା ଆଉ ଟିକେ ଆଗକୁ ବଢିଛି । ଏବେ ଚାଇନା ଆଉ ୯ଟି ଦ୍ୱିପ ଦେଶକୁ ସୁରକ୍ଷା ଚୁକ୍ତିର ପ୍ରସ୍ତାବ ଦେଇଛି । ଯଦି ଚାଇନାର ଏହି ପ୍ରୟାସ ସଫଳ ହେଲା ତେବେ ପ୍ରଶାନ୍ତ ମହାସାଗରରେ ହୱାଇ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଆମେରିକାର ରଣନୀତି ଅଞ୍ଚଳ ଗୁଆମ ନିକଟରେ ସୁରକ୍ଷା ବୃଦ୍ଧି କରିବାକୁ ସୁଯୋଗ ମିଳିଯିବ ।
ଏହାକୁ ନେଇ ଏବେ କିଛି ଦେଶର ଚିନ୍ତା ବଢି ଯାଇଥିବା ବେଳେ ଚାଇନା କିନ୍ତୁ ଦାବି କରିଛି, ଏହାର ଉଦ୍ଦେଶ୍ୟ ହେଉଛି କ୍ଷେତ୍ରିୟ ସ୍ଥିତି ଓ ଆର୍ଥିକ ପ୍ରଗତି । ହେଲେ ବିଶେଷଜ୍ଞ ଓ ସରକାର ଭୟ କରୁଛନ୍ତି ଯେ ରଣନୀତିକ ଭାବେ ମହତ୍ୱପୂର୍ଣ୍ଣ ଅଞ୍ଚଳରେ ଚାଇନା ପ୍ରବେଶ କରିବାକୁ ଚେଷ୍ଟା କରୁଛି ।
ତେବେ ଚାଇନାର ଟାର୍ଗେଟରେ ଆସିଥିବା ଦେଶମାନଙ୍କ ମଧ୍ୟରେ ମିକ୍ରେନେଶିୟାର ରାଷ୍ଟ୍ରପତି ଡେଭିଡ ପୈନ୍ୟୁଲୋ ପଡୋଶୀ ଦେଶକୁ ଚେତାବନୀ ଦେଇ କହିଛନ୍ତି ଚାଇନାର ଏହି ଚାଲ ଆଉ ଏକ ଶୀତଳ ଯୁଦ୍ଧ ଏମିତିକି ବିଶ୍ୱ ଯୁଦ୍ଧର ବିପଦ ସୃଷ୍ଟି କରିପାରେ ।

Share