ଏଭରେଷ୍ଟରେ ସର୍ବୋଚ୍ଚ ଓ୍ବେଦର ଷ୍ଟେଶନ ସ୍ଥାପନ କଲା ଚାଇନା

ବେଜିଂ,୫।୫: ଏଭରେଷ୍ଟ ପର୍ବତରେ ଚାଇନା ବିଶ୍ୱର ସର୍ବୋଚ୍ଚ ଓ୍ବେଦର ଷ୍ଟେଶନ ସ୍ଥାପନ କରିଛି। ସମୁଦ୍ର ତଟରୁ ଷ୍ଟେଶନର ଉଚ୍ଚତା ୮,୮୩୦ ମିଟର ରହିଛି। ଆର୍ଦ୍ର ଜଳବାୟୁରେ ଏହି ସ୍ବୟଂଚାଳିତ ଷ୍ଟେଶନ କାମ କରୁଛି କି ନାହିଁ ଚାଇନାର ଏକ ସ୍ବତନ୍ତ୍ର ବୈଜ୍ଞାନିକ ଟିମ ଅନୁଧ୍ୟାନ କରିଥିଲେ। ତେବେ ଏହି ଷ୍ଟେଶନ ତିଆରି ପାଇଁ ୫୦ କିଲୋଗ୍ରାମର ଉପକରଣ ବ୍ୟବହାର କରାଯାଇଛି। ସୋଲାର ପ୍ୟାନେଲ ଦ୍ୱାରା ଷ୍ଟେଶନ ପରିଚାଳିତ ହେବାକୁ ଥିବାବେଳେ ପ୍ରତିକୂଳ ପାଣିପାଗରେ ଏହା ଦୁଇ ବର୍ଷ କାର୍ଯ୍ୟ କରିବ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ସାଟେଲାଇଟ୍‌ କମୁନିକେସନ ଦ୍ୱାରା ଷ୍ଟେଶନ ପ୍ରତି ୧୨ ମିନିଟ ବ୍ୟବଧାନରେ ଡାଟା ଟ୍ରାନ୍ସଫର କରିବ ।

ଏହାପୂର୍ବରୁ ଏଭରେଷ୍ଟର ଉତ୍ତର ଭାଗରେ ଚାଇନା ୩ଟି ମେଟେରୋଲୋଜିକାଲ ଷ୍ଟେଶନ ସ୍ଥାପନ କରିସାରିଛି, ଯାହାର ଉଚ୍ଚତା ଯଥାକ୍ରମେ ୭,୦୨୮ ମିଟର, ୭,୭୯୦ ଏବଂ ୮୩୦୦ ମିଟର ରହିଛି। ବିଗତ ବର୍ଷରେ ଆମେରିକା ଏଭରେଷ୍ଟର ଦକ୍ଷିଣ ଭାଗରେ ୮,୪୩୦ ଉଚ୍ଚତା ବିଶିଷ୍ଟ ଓ୍ବେଦର ଷ୍ଟେଶନ ସ୍ଥାପନ କରିଥିଲା।

Share