Categories: ଜାତୀୟ

ଚାଇନା ଶାନ୍ତି ଚୁକ୍ତିନାମା ଉଲ୍ଲଂଘନ କରିଛି-ପାକିସ୍ତାନରେ ଚାଲିଛି ଆତଙ୍କବାଦୀ ଶିବିର: ଜୟଶଙ୍କର…

ନୂଆଦିଲ୍ଲୀ/ଭିଏନା,୩।୧ : ଅଷ୍ଟ୍ରିଆ ଗସ୍ତରେ ଥିବା ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ସିଧାସଳଖ ଚାଇନ ଏବଂ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ଉଭୟ ଦେଶ ଉଦ୍ଦେଶ୍ୟସେ କହିଛନ୍ତି ଯେ ଚାଇନା ଚୁକ୍ତିନାମା ଉଲ୍ଲଂଘନ କରିଛ। ଏଲଏସିର ସ୍ଥିତିକୁ ଏକପାଖିଆ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି। ଚାଇନା ସହିତ ସୀମାରେ ଉତ୍ତେଜନା ଜାରି ରହିବାର ଏହା ମୁଖ୍ୟ କାରଣ। ଏଥି ସହିତ ପାକିସ୍ତାନ ଆତଙ୍କବାଦର ଶିବିର ପାଲଟିଛି। ସେଠାରେ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଉଛି।

ଚାଇନା ସହିତ ଆମର ଏକ ଚୁକ୍ତିନାମା ଅଛି ଯେ ଆମେ ସୀମାନ୍ତ ଅଞ୍ଚଳରେ ବହୁ ପରିମାଣରେ ସୈନ୍ୟ ନିୟୋଜିତ କରିବୁ ନାହିଁ, କିନ୍ତୁ ଚାଇନା ଏହି ଚୁକ୍ତିନାମାକୁ ଅନୁସରଣ କରି ନାହିଁ। ଏହି କାରଣରୁ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ତିକ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ସେହିଭଳି, ଦୁଇ ଦେଶ ମଧ୍ୟରେ ଏଲଏସିକୁ ଏକପାଖିଆ ପରିବର୍ତ୍ତନ ନ କରିବାକୁ ଏକ ଚୁକ୍ତିନାମା ରହିଛି। ଏହା ପରେ ମଧ୍ୟ ଚାଇନା ସ୍ଥିତିରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି। ଜୟଶଙ୍କର କହିଛନ୍ତି ଯେ ଏହା ହେଉଛି ଉପଗ୍ରହ ଯୁଗ ଯେଉଁଥିରେ ଭାରତ-ଚାଇନା ସୀମା ଅଞ୍ଚଳର ଚିତ୍ର ସ୍ପଷ୍ଟ ଦେଖାଯାଉଛି। ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ ।

Share