ଫ୍ରୋଜନ ଫୁଡ ପ୍ୟାକେଟ ଉପରେ ଜୀବନ୍ତ କରୋନା ଭାଇରସ: ଚିନ୍ତାରେ ବିଶେଷଜ୍ଞ

ବେଜିଂ,୧୮ ।୧୦: ପୁଣିଥରେ ଚାଇନାର ଚିନ୍ତା ବଢାଇଛି କରୋନା ଭାଇରସ । ଚାଇନାର ସ୍ୱାସ୍ଥ୍ୟ ପ୍ରାଧିକରଣ କ୍ୱିଙ୍ଗଦାଓ ବନ୍ଦର ସହରରେ ଆୟୋଜିତ ସମୁଦ୍ର ମାଛର ଫ୍ରୋଜନ ଫୁଡ ପ୍ୟାକେଟର ବାହାର ଭାଗରେ ଜୀବିତ କରୋନା ଭାଇରସ ଥିବା ସ୍ପଷ୍ଟ କରିଛି । ଚାଇନିଜ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ(ସିଡିସି) ଶନିବାର ଏକ ବୟାନରେ କହିଛି ବିଶ୍ୱରେ ଏହା ପ୍ରଥମଥର ଦେଖାଯାଇଛି ଯେ ଫ୍ରୋଜନ ଫୁଡ ପ୍ୟାକେଟର ବାହାର ଭାଗରେ ଜୀବନ୍ତ କରୋନା ଭାଇରସ ରହିଛି । ସୂଚନାଯୋଗ୍ୟ, ଏହି ବନ୍ଦର ସହରରେ ନିକଟରେ କୋଭିଡ-୧୯ ସଂକ୍ରମଣର ଏକ କ୍ଲଷ୍ଟର ସାମ୍ନାକୁ ଆସିଥିଲା । ଏହାପରେ ପ୍ରଶାସନ ପକ୍ଷରୁ ପାଖାପାଖି ୧.୧ କୋଟି ନାଗରିକଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ କେହି ନୂଆ ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ । ଗତ ଜୁଲାଇରେ ଚାଇନାରେ ଫ୍ରୋଜନ ଫୁଡକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଥିଲା କାରଣ ପ୍ୟାକେଟ ଓ କଣ୍ଟେନରର ଭିତର ଭାଗରେ ଏହି କରୋନା ଭାଇରସ ଥିବା ଦେଖାଯାଇଥିଲା । ଏବେ ସିଡିସି କହିଛି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହବାରୀ ସଂସ୍ପର୍ଶରେ ଆସିଲେ କରୋନା ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ।

Share