ଜନସଂଖ୍ୟା ବଢିବା ପରିବର୍ତ୍ତେ ଚାଇନାରେ ମରୁଛନ୍ତି ଲୋକ, ୨୦୨୨ରେ ମଲେଣି ୧.୪କୋଟି ଲୋକ

ଶତାଦ୍ଦୀ ଶତାଦ୍ଦୀ ଧରି ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଚାଇନାରେ ବର୍ତ୍ତମାନ ଭୟଙ୍କର ସମସ୍ୟା ଦେଇ ଗତି କରୁଛି। ୨୦୨୨ ମସିହାରେ, ଚାଇନାରେ ଜନ୍ମ ଅପେକ୍ଷା ଅଧିକ ମୃତ୍ୟୁସଂଖ୍ୟା ରେକର୍ଡ କରାଯାଇଛି। ଦେଶ ବର୍ତ୍ତମାନ ବୃହତ୍ତ ଜନସଂଖ୍ୟା ଦେଶ ନୁହେଁ ଅଧିକ ମୃତ୍ୟୁସଂଖ୍ୟା ଦେଶ ଭାବେ ପରିଗଣିତ ହେବାକୁ ଯାଉଛି। କୁହାଯାଉଛି କି, ଏହି ସଂଖ୍ୟା ଏବେ ଭାରତକୁ ଅତିକ୍ରମ କରିବ। ଚାଇନାର ଜନସଂଖ୍ୟା ଗଣନା ପ୍ରଫେସର ଡଡଲି ଏଲ ପୋଷ୍ଟନ ଜନିୟର୍‌ କହିଛନ୍ତି, ଜନସଂଖ୍ୟା ହ୍ରାସ ହେବା ଦ୍ୱାରା ଚାଇନାରେ ଆର୍ଥିକ ଅବନତି ଘଟିବ।

ସେ କହିଛନ୍ତି ଯେ ଚାଇନାରେ ସମଗ୍ର ଜନସଂଖ୍ୟା ମଧ୍ୟରୁ ବୃଦ୍ଧଲୋକଙ୍କ ସଂଖ୍ୟା ଅଧିକ। ଚାଇନାରେ ବସବାସ କରୁଥିବା ୧୪% ଲୋକ ୬୫ ବର୍ଷରୁ ଉର୍ଦ୍ଧ ଯେତେବେଳେ କି ଭାରତରେ ଏହାର ହାର ୭%। ତେବେ ସେମାନଙ୍କ ଯତ୍ନ ନେବା ପାଇଁ ଲୋକଙ୍କ ଅଭାବ ଦେଖାଦେଇଛି। ଭବିଷ୍ୟତର ଜନସଂଖ୍ୟା ସଙ୍କଟକୁ ଦୃଷ୍ଟିରେ ରଖି ଚାଇନାରେ କେବଳ ଦୁଇଟି ବିକଳ୍ପ ଅଛି। ପ୍ରଥମ- ଜନସଂଖ୍ୟାକୁ ଶୀଘ୍ର ବୃଦ୍ଧି କରାଯିବା ଉଚିତ। କିନ୍ତୁ ଚାଇନାରେ ଅଧିକ ସନ୍ତାନ ଜନ୍ମ ନୀତି ପର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଛନ୍ତି। ଦ୍ୱିତୀୟତଃ ଚାଇନା ପ୍ରବାସୀମାନଙ୍କୁ ଆମନ୍ତ୍ରଣ କରିବାର ନୀତି ଗ୍ରହଣ କରିବା ଉଚିତ୍‌। ଅଧ୍ୟୟନ ଅନୁଯାୟୀ, ୨୦୨୨ ମସିହାରେ ଚାଇନାରେ ୧.୪ କୋଟି ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ କେବଳ ୯.୫୬ଲକ୍ଷ ଶିଶୁ ଜନ୍ମ ହୋଇଛନ୍ତି। ଯଦି ବର୍ତ୍ତମାନଏହି ଧାରା ଅବ୍ୟାହତ ରହେ ତେବେ ଚାଇନା ଏହାର ୧.୪ ବିଲିୟନ ଜନସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହରାଇବ ବୋଲି ଆଶା କରାଯାଉଛି।

Share