ଚାଇନାର ବେଲ୍ଟ ଏଣ୍ଡ ରୋଡ ଫୋରମ୍‌ରେ ତୃତୀୟ ଥର ପାଇଁ ସାମିଲ ହେବନି ଭାରତ

ବେଜିଂ,୧୬।୧୦: ଚାଇନା ମଙ୍ଗଳବାର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭର ଏକ ଶିଖର ସମ୍ମିଳନୀ କରୁଛି। ଏହି ସମ୍ମିଳନୀରେ ପାକିସ୍ତାନ, ତାଲିବାନ ଏବଂ ରୁଷିଆ ଅଂଶଗ୍ରହଣ କରିବେ। ଏଥି ସହିତ କ୍ରମାଗତ ତୃତୀୟ ଥର ପାଇଁ ଭାରତ ଏହି ଶିଖର ସମ୍ମିଳନୀରେ ସାମିଲ ହେବ ନାହିଁ।

ଦୁଇ ଦିନିଆ ବେଲ୍ଟ ଆଣ୍ଡ ରୋଡ ଫୋରମ ଫର ଇଣ୍ଟରନ୍ୟାଶନାଲ କୋପରେଶନ (ବିଆରଏଫ୍‌ଆଇସି)ର ଆୟୋଜନକୁ ମଧ୍ୟ ବହୁ ସମାଲୋଚନା କରାଯାଉଛି। ଚଳିତ ବର୍ଷ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପ୍ରିୟ ପ୍ରକଳ୍ପ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ୧୦ ବର୍ଷ ପୂରଣ କରୁଛି। ସୂଚନାଯୋଗ୍ୟ, ୨୦୧୭ ଏବଂ ୨୦୧୯ରେ ଚାଇନା ଏହାର ମେଗା ବିଶ୍ୱସ୍ତରୀୟ ଭିତ୍ତିଭୂମି ପଦକ୍ଷେପ ପାଇଁ ଦୁଇଟି ଅନ୍ତର୍ଜାତୀୟ ଫୋରମ ଆୟୋଜନ କରିଥିଲା । ଏହି ଦୁଇଟି ବୈଠକରୁ ଭାରତ ଦୂରରେ ରହିଥିଲା।

Share