Categories: ଜାତୀୟ

ପାକିସ୍ତାନ ଅପେକ୍ଷା ଚାଇନା ଅଧିକ କ୍ଷତିକାରକ: ପାଓ୍ବାର

ନୂଆଦିଲ୍ଲୀ,୧୨।୭: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ଏନ୍‌ସିପି ନେତା ଶରଦ ପାଓ୍ବାର କହିଛନ୍ତି ପ୍ରକୃତରେ ଭାରତର ଶତ୍ରୁ ପାକିସ୍ତାନ ନୁହେଁ ବରଂ ଚାଇନା। ପାକିସ୍ତାନ ତୁଳନାରେ ଚାଇନା ଭାରତ ପାଇଁ ଅଧିକ ବିପଦ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ବେଜିଂ ଏବେ ଭାରତର ପଡୋଶୀଙ୍କୁ ନିଜ ଆଡକୁ ନେଇ ସାରିଲାଣି। ଅନ୍ୟପଟେ ଭାରତ ତୁଳନାରେ ଚାଇନା ସେନାଙ୍କ ସଂଖ୍ୟା ୧୦ ଗୁଣ ଅଧିକ ମଧ୍ୟ ରହିଛନ୍ତି ବୋଲି ପାଓ୍ବାର ମତ ରଖିଛନ୍ତି। ଶିବସେନା ମୁଖପତ୍ର ‘ସାମନା’କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ପାଓ୍ବାର ଏହା କହିଛନ୍ତି। ତେବେ କେନ୍ଦ୍ର ସରକାର ଅଲୋଚନା ଓ କୁଟନୀତି ମାଧ୍ୟମରେ ଚାଇନା ଉପରେ ଅନ୍ତରାଷ୍ଟ୍ରୀୟ ଚାପ ପକାଇବା ଦରକାର ବୋଲି ସେ ମତ ରଖିଛନ୍ତି। ଯେବେ ଭାରତ ତା’ର ଶତ୍ରୁକଥା ଚିନ୍ତା କରେ ପ୍ରଥମେ ପାକିସ୍ତାନ ନଜରକୁ ଆସିଥାଏ ହେଲେ ଏବେ ପାକିସ୍ତାନ କଥା ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ଏବେ ଭାରତ ପାଇଁ ଚାଇନା ଅଧିକ ବିପଦ ସୃଷ୍ଟି କରିପାରେ ବୋଲି ଶରଦ କହିଛନ୍ତି।

Share