ଆମେରିକା ଅସ୍ତିତ୍ୱ ପ୍ରତି ବିପଦପୂର୍ଣ୍ଣ ଚାଇନା: ଆମେରିକା ସଂସଦର ନିଷ୍ପତ୍ତି…

ଓ୍ବାଶିଂଟନ,୧।୩ : ଆମେରିକାର ବରିଷ୍ଠ ସାଂସଦମାନେ ରିପବ୍ଲିକାନ ସଂଖ୍ୟାଗରିଷ୍ଠ ପ୍ରତିନିଧି ସଭାରେ ଆମେରିକାର ଅସ୍ତିତ୍ୱ ପ୍ରତି ଚାଇନାକୁ ବିପଦ ବୋଲି କହିଛନ୍ତି। କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱାଧୀନ ଚାଇନା ଯୋଗୁ ସମ୍ମୁଖୀନ ହେଉଥିବା ଆହ୍ବାନର ସଫଳ ମୁକାବିଲା ପାଇଁ ଆମର ସହଯୋଗୀମାନଙ୍କ ସହ ସମନ୍ବୟ ରକ୍ଷା କରିବାକୁ ପ୍ରତିନିଧି ସଭା ପକ୍ଷରୁ ସମସ୍ତ ଉଦ୍ୟମ କରିବାକୁ ମଧ୍ୟ ଆହ୍ବାନ ଦିଆଯାଇଛି।

ଆମେରିକା ଚାଇନା ଆଚରଣକୁ ଆକ୍ରମଣାତ୍ମକ ବୋଲି ବର୍ଣ୍ଣନା କରୁଛି। ଏନେଇ ନବ ଗଠିତ କମିଟିର ନାମ ହେଉଛି ଚାଇନାର କମ୍ୟୁନିଷ୍ଟ ପାର୍ଟି (ସିସିପି) ହାଉସ ସିଲେକ୍ଟ କମିଟି। କମିଟିର ଅଧ୍ୟକ୍ଷ ତଥା ସାଂସଦ ମାଇକ ଗାଲାଗେର୍‌ ଚାଇନା ପ୍ରସଙ୍ଗରେ ଶୁଣାଣି ସମୟରେ କଂଗ୍ରେସ (ଆମେରିକା ସଂସଦ) ରେ ଥିବା ସହକର୍ମୀଙ୍କୁ କହିଛନ୍ତି ଯେ ଏହା ଟେନିସ ମ୍ୟାଚ ନୁହେଁ।

ଏକବିଂଶ ଶତାବ୍ଦୀରେ ଜୀବନ କିପରି ଦେଖାଯିବ ଏବଂ ମୌଳିକ ସ୍ବାଧୀନତା ବିପଦରେ ଅଛି ତାହା ବଞ୍ଚିବା ପାଇଁ ଏକ ସଂଘର୍ଷପୂର୍ଣ୍ଣ ସମୟ। ଆମେ ଜରୁରୀ ମନୋଭାବ ସହିତ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପୂର୍ବତନ ଗୁପ୍ତଚର ଅଧିକାରୀ ଗାଲାଗେର୍‌ କହିଛନ୍ତି। ଆଗାମୀ ଦଶ ବର୍ଷ ମଧ୍ୟରେ ଆମର ନୀତି ଆଗାମୀ ଶହେ ପାଇଁ ମଞ୍ଚ ପ୍ରସ୍ତୁତି କରିବ ।

Share