ନୂଆ ବର୍ଷରେ ସମ୍ପର୍କିୟଙ୍କ ସହ ଯୋଗାଯୋଗ କରୁଥିବା ତିବ୍ୱତୀୟମାନଙ୍କୁ ଚାଇନା ଦେଉଛି ଦଣ୍ଡ

ବେଜିଂ,୨୭ ।୨: ବିବ୍ୱତରୁ ବୌଦ୍ଧ ସଂସ୍କୃତିକୁ ହଟାଇବାକୁ ଚାଇନା କ୍ରମାଗତ ଭାବେ ଦମନ ଓ ନିର୍ଯ୍ୟାତନା ଜାରି ରଖିଛି । ଗତ ସପ୍ତାହରେ ଫେବୃୟାରୀ ୨୧-୨୩ ପର୍ଯ୍ୟନ୍ତ ତିବ୍ୱତୀୟ ନୂଆ ବର୍ଷ ଲୋସର ସମୟରେ ଚାଇନା ତିବ୍ୱତୀୟମାନଙ୍କୁ ସେମାନଙ୍କ ନିର୍ବାସିତ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ଦେଇ ନ ଥିଲା ।
ଚାଇନର ବାରଣ ସତ୍ତ୍ୱେ ଯେଉଁମାନେ ନୂଆବର୍ଷ ପାଇଁ ଶୁକାମନା ଦେବାକୁ ସେମାନଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିଥିଲେ ସେମାନଙ୍କୁ ଗୁପ୍ତଚର ତଥା ଦେଶଦ୍ରୋହ ଅଭିଯୋଗରେ ପଚରା ଉଚରା କରାଯାଉଛି । ଏମିତିକି ଅନେକ ତିବ୍ୱତୀୟ ଲୋକେ ସେମାନଙ୍କ ସମ୍ପର୍କୀୟଙ୍କୁ ଆଗୁଆ ସୂଚନା ଦେଇଥିଲେ କି ଲୋସର ସମୟରେ ସେମାନଙ୍କ ସହ ଯୋଗାଯୋଗ କରାଯିବା ଉଚିତ ନୁହେଁ, କାରଣ ଏହି ସମୟ ମଧ୍ୟରେ ଚାଇନା କଡା ନଜର ରଖିଛି । ଲୋସର ଆରମ୍ଭ ପୂର୍ବରୁ ମଧ୍ୟ ଫେବୃୟାରୀ ୨୦ରେ ଲାସା, ଜିଗାଟସେ ଏବଂ ଚାମଡୋରେ ହଜାର ହଜାର ଲୋକଙ୍କ ମୋବାଇଲ ଫୋନ ଯାଞ୍ଚ କରାଯାଇଥିଲା ।

Share