ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଛି ଚାଇନା

ବ୍ରୁଶେଲ୍‌ସ,୫ା୪: ୟୁରୋପରେ ଲିଥୁଆନିଆ ଏକ ଛୋଟ ଦେଶ। ଯାହାର ଜନସଂଖ୍ୟା ୨୦୨୧ ବର୍ଷର ଆକଳନ ଅନୁଯାୟୀ ବର୍ତ୍ତମାନ ୨୮ ଲକ୍ଷ। ଅର୍ଥାତ୍‌ ଚାଇନା ତୁଳନାରେ ବହୁତ କମ୍‌ ଅଟେ। ଏପରିକି ଅଞ୍ଚଳରେ ମଧ୍ୟ ଏହି ଦେଶ ଚାଇନା ଠାରୁ ଛୋଟ, କିନ୍ତୁ ଏହି ଛୋଟ ଦେଶ ଚାଇନାକୁ ଭର୍ତ୍ସନା କରିଛି। ଗୋଟିଏ ପରେ ଗୋଟିଏ ଟୁଇଟ୍‌ କରି ଲିଥୁଆନିଆର ବୈଦେଶିକ ମନ୍ତ୍ରୀ ଗାବ୍ରିଏଲିସ ଲାଣ୍ଡସ୍‌ବର୍ଗିସ ଡ୍ରାଗନର ସତ୍ୟତାକୁ ବିଶ୍ୱକୁ କହିଛନ୍ତି। ଚାଇନା କିପରି ବିଶ୍ୱ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ଏହା ସହିତ ଲ୍ୟାଣ୍ଡସ୍‌ବର୍ଗିସ ଏହା ମଧ୍ୟ କହିଛନ୍ତି ଯେ, ଚାଇନା ରୁଷିଆକୁ ସାହାଯ୍ୟ କରୁନାହିଁ ବରଂ ଏହାର ମନ୍ଦ ଉଦ୍ଦେଶ୍ୟ ପୂରଣ କରିବାରେ ରହିଛି।

ଲିଥୁଆନିଆର ଭାରତରେ ରାଷ୍ଟ୍ରଦୂତ ଡାଏନା ମିକ୍କେଭିସିନ କିଛି ଦିନ ପୂର୍ବରୁ ଭାରତର ଆଞ୍ଚଳିକ ଅଖଣ୍ଡତାକୁ ସମର୍ଥନ କରିଥିଲେ। ବୈଦେଶିକ ମନ୍ତ୍ରୀ ଲ୍ୟାଣ୍ଡସ୍‌ବର୍ଗିସ କହିଛନ୍ତି, ଚାଇନା ରୁଷିଆକୁ ସାହାଯ୍ୟ କରୁନାହିଁ କିମ୍ବା ଅନ୍ୟ କୌଣସି ଦେଶକୁ ବି ସାହାଯ୍ୟ କରୁନାହିଁ। ଚାଇନା କେବଳ ନିଜକୁ ସାହାଯ୍ୟ କରେ। ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଆମେରିକା ଏବଂ ୟୁରୋପୀୟ ଶକ୍ତି ପାଇଁ ଏକ ବିକଳ୍ପ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସେ ଚାହୁଁଛନ୍ତି, ଏହି ନୂତନ ବ୍ୟବସ୍ଥାରେ ଅଧିକରୁ ଅଧିକ ଦେଶ ଅନ୍ତର୍ଭୁକ୍ତ ହୁଅନ୍ତୁ। ଲ୍ୟାଣ୍ଡସ୍‌ବର୍ଗିସ କହିଛନ୍ତି, ଆମେରିକା ଏବଂ ୟୁରୋପୀୟ ଶକ୍ତି ପାଇଁ ଏକ ବିକଳ୍ପ ସୃଷ୍ଟି କରିବାକୁ ତାଙ୍କ ଉଦ୍ୟମରେ ରାଷ୍ଟ୍ରପତି ଜିନପିଙ୍ଗ ପୂର୍ବ ଏସିଆ, ଉତ୍ତର ପୂର୍ବ ଏସିଆ, ଦକ୍ଷିଣ ପୂର୍ବ ଏସିଆ ଏବଂ ମଧ୍ୟ ଏସିଆର ଦେଶଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀଙ୍କ ହାତରେ ଲାଗିବ ପରମାଣୁ ବୋମା, ଲୁଟିନେଲେ ୟୁରେନିୟମ, ୧୮ ବୈଜ୍ଞାନିକଙ୍କୁ ଅପହରଣ

ଇସଲାମାବାଦ,୧୦।୧: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ପାକିସ୍ତାନ ପରମାଣୁ ଶକ୍ତି ଆୟୋଗ (PAEC)ର ୧୬ ଜଣ କର୍ମଚାରୀ ଏବଂ ବୈଜ୍ଞାନିକଙ୍କୁ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଅପହରଣ...

ଏହି ସରକାରଙ୍କ ଆସିଲା ବଡ଼ ଯୋଜନା: ପିଲା ଜନ୍ମ କଲେ ଛାତ୍ରୀଙ୍କୁ ମିଳିବ ଲକ୍ଷେ ରୁବଲ ପ୍ରୋତ୍ସାହନ ରାଶି

ମସ୍କୋ,୧୦ା୧: ରୁଷିଆର କରେଲିଆ ଅଞ୍ଚଳର ସ୍ଥାନୀୟ ସରକାରଙ୍କ ଦ୍ୱାରା ୨୫ ବର୍ଷରୁ କମ୍‌ ବୟସର ଛାତ୍ରୀମାନଙ୍କୁ ପିଲା ଜନ୍ମ କଲେ ୧ ଲକ୍ଷ ରୁବଲ (ପ୍ରାୟ...

ଏହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ହଟାଇବାକୁ ଏଲୋନ ମସ୍କ କରୁଛନ୍ତି ସିକ୍ରେଟ ମିଟିଂ! ରିପୋର୍ଟରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଲଣ୍ଡନ,୧୦।୧: ଟେସଲାର ସିଇଓ ଏବଂ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କ ଏବେ ବ୍ରିଟିଶ ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି। ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ,...

ଗିରଫ ହେବେ ଟ୍ରମ୍ପ? ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟ୍‌କା

ଓ୍ବାଶିଂଟନ,୧୦।୧: ହସ୍‌ ମନି ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ନିଷ୍ପତ୍ତି ଟ୍ରମ୍ପଙ୍କ...

ସଡ଼କ ଉପରେ ପଡିବାରୁ ଜଳିଗଲା ବିମାନ, ୧ ମୃତ ୭ ଆହତ, ଦେଖନ୍ତୁ ଭିଡିଓ

ପାଓଲୋ,୧୦।୧: ବ୍ରାଜିଲରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବିମାନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭ଜଣ ଆହତ ହୋଇଛନ୍ତି। ବିମାନ...

ବଡ଼ ଗେମ୍‌ ଖେଳିଲେ ୟୁନୁସ୍‌ ସରକାର, ହାସିନାଙ୍କ ପରେ ଏବେ ଏହି ନେତାଙ୍କୁ…

ଢାକା,୧୦।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଚିକିତ୍ସା ପାଇଁ ମଙ୍ଗଳବାର ଲଣ୍ଡନ ଯାଇଛନ୍ତି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) କହିଛି ଯେ ତାଙ୍କ ନେତାଙ୍କ...

ଭାରତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲେ ୟୁନୁସ, ଶେଖ ହାସିନାଙ୍କୁ ନେଇ ଦେଇଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୧:ଶେଖ ହାସିନାଙ୍କୁ ନେଇ ଭାରତ ସରକାର ନିଷ୍ପତ୍ତି ନେବା ପରେ ଆଖି ଦେଖାଇଛନ୍ତି ୟୁନୁସ ସରକାର। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ...

ଭୟଙ୍କର ରୂପ ଧାରଣ କଲାଣି ନିଆଁ :୩ ଲକ୍ଷ ବାସଗୃହ ଜଳିପୋଡ଼ି ଛାରଖାର

ଆମେରିକା କାଲିଫର୍ନିଆ ରାଜ୍ୟର ଲସ୍‌ଏଞ୍ଜେଲ୍ସ ଜଙ୍ଗଲରେ ମଙ୍ଗଳବାର ସକାଳଠାରୁ ଲାଗିଥିବା ନିଆଁ ଭୟଙ୍କର ରୂପ ଧାରଣ କଲାଣି। ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଉପକୂଳରେ ପବନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri