ବ୍ରୁଶେଲ୍ସ,୫ା୪: ୟୁରୋପରେ ଲିଥୁଆନିଆ ଏକ ଛୋଟ ଦେଶ। ଯାହାର ଜନସଂଖ୍ୟା ୨୦୨୧ ବର୍ଷର ଆକଳନ ଅନୁଯାୟୀ ବର୍ତ୍ତମାନ ୨୮ ଲକ୍ଷ। ଅର୍ଥାତ୍ ଚାଇନା ତୁଳନାରେ ବହୁତ କମ୍ ଅଟେ। ଏପରିକି ଅଞ୍ଚଳରେ ମଧ୍ୟ ଏହି ଦେଶ ଚାଇନା ଠାରୁ ଛୋଟ, କିନ୍ତୁ ଏହି ଛୋଟ ଦେଶ ଚାଇନାକୁ ଭର୍ତ୍ସନା କରିଛି। ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ଲିଥୁଆନିଆର ବୈଦେଶିକ ମନ୍ତ୍ରୀ ଗାବ୍ରିଏଲିସ ଲାଣ୍ଡସ୍ବର୍ଗିସ ଡ୍ରାଗନର ସତ୍ୟତାକୁ ବିଶ୍ୱକୁ କହିଛନ୍ତି। ଚାଇନା କିପରି ବିଶ୍ୱ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ଏହା ସହିତ ଲ୍ୟାଣ୍ଡସ୍ବର୍ଗିସ ଏହା ମଧ୍ୟ କହିଛନ୍ତି ଯେ, ଚାଇନା ରୁଷିଆକୁ ସାହାଯ୍ୟ କରୁନାହିଁ ବରଂ ଏହାର ମନ୍ଦ ଉଦ୍ଦେଶ୍ୟ ପୂରଣ କରିବାରେ ରହିଛି।
ଲିଥୁଆନିଆର ଭାରତରେ ରାଷ୍ଟ୍ରଦୂତ ଡାଏନା ମିକ୍କେଭିସିନ କିଛି ଦିନ ପୂର୍ବରୁ ଭାରତର ଆଞ୍ଚଳିକ ଅଖଣ୍ଡତାକୁ ସମର୍ଥନ କରିଥିଲେ। ବୈଦେଶିକ ମନ୍ତ୍ରୀ ଲ୍ୟାଣ୍ଡସ୍ବର୍ଗିସ କହିଛନ୍ତି, ଚାଇନା ରୁଷିଆକୁ ସାହାଯ୍ୟ କରୁନାହିଁ କିମ୍ବା ଅନ୍ୟ କୌଣସି ଦେଶକୁ ବି ସାହାଯ୍ୟ କରୁନାହିଁ। ଚାଇନା କେବଳ ନିଜକୁ ସାହାଯ୍ୟ କରେ। ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଆମେରିକା ଏବଂ ୟୁରୋପୀୟ ଶକ୍ତି ପାଇଁ ଏକ ବିକଳ୍ପ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସେ ଚାହୁଁଛନ୍ତି, ଏହି ନୂତନ ବ୍ୟବସ୍ଥାରେ ଅଧିକରୁ ଅଧିକ ଦେଶ ଅନ୍ତର୍ଭୁକ୍ତ ହୁଅନ୍ତୁ। ଲ୍ୟାଣ୍ଡସ୍ବର୍ଗିସ କହିଛନ୍ତି, ଆମେରିକା ଏବଂ ୟୁରୋପୀୟ ଶକ୍ତି ପାଇଁ ଏକ ବିକଳ୍ପ ସୃଷ୍ଟି କରିବାକୁ ତାଙ୍କ ଉଦ୍ୟମରେ ରାଷ୍ଟ୍ରପତି ଜିନପିଙ୍ଗ ପୂର୍ବ ଏସିଆ, ଉତ୍ତର ପୂର୍ବ ଏସିଆ, ଦକ୍ଷିଣ ପୂର୍ବ ଏସିଆ ଏବଂ ମଧ୍ୟ ଏସିଆର ଦେଶଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି।