ନୂଆଦିଲ୍ଲୀ/ଇସଲାମାବାଦ,୧୫ ।୪: କରୋନା ଭାଇରସର ଉତ୍ପତି ସ୍ଥଳ ଚାଇନା । ଏବେ ଏହି ସନ୍ଦେହ ଦୂର ହୋଇ ନ ଥିବା ବେଳେ ପୁଣି ଏକ ବିପଦ ମୁଣ୍ଡ ଟେକିଲାଣି । ଅଷ୍ଟ୍ରେଲିଆ ପୋର୍ଟାଲ ଦ କ୍ଲେସଂନରେ ଏନ୍ଥନି କ୍ଲେନଙ୍କ ଏକ ରିପୋର୍ଟ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ରିପୋର୍ଟରେ କୁହାଯାଇଛି କି ଚାଇନା ପାକିସ୍ତାନ ସେନା ସହ ମିଶି ନୂଆ କରୋନା ଭାଇରସ ପ୍ରସ୍ତୁତ କରୁଛି । ଏହି ରିପୋର୍ଟ ଅନୁଯାୟୀ, ଚାଇନାର କମ୍ୟୁନିଷ୍ଟ ପାର୍ଟିର ନିର୍ଦ୍ଦେଶରେ ପାକିସ୍ତାନରେ ଏହି ଘାତକ ଜୈବିକ ଅସ୍ତ୍ର ପ୍ରସ୍ତୁତ କରାଯାଉଛି । ଉହାନ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି ଓ ପାକିସ୍ତାନ ସେନା ଅଧିନରେ ଥିବା ଡିଫେନ୍ସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅର୍ଗାନାଇଜେଶନ କରୋନାର ନୂଆ ଷ୍ଟ୍ରେନ୍ ପ୍ରସ୍ତୁତ କରୁଛନ୍ତି । ପାକିସ୍ତାନର ଯେଉଁ ଲ୍ୟାବରେ ଏହି କରୋନା ନୂଆ ଷ୍ଟ୍ରେନ୍ ବିକଶିତ କରାଯାଉଛି ଏହା ସେପ୍ଟି ଲେବଲ-୪ରେ ରହିଛି । ଅର୍ଥାତ୍ ଏଥିରେ ପ୍ରାଣଘାତକ ଷ୍ଟ୍ରେନ୍ ପ୍ରସ୍ତୁତ ହୋଇ ପାରିବ ।
ଏହାକୁ ନେଇ ସିଙ୍ଗପୁର ୟୁନିଭର୍ସିଟିର ଡା. ରୟାନ କ୍ଲାର୍କ କହିଛନ୍ତି ପାକିସ୍ତାନରେ ଯେଉଁ ଜୈବିକ ଅସ୍ତ୍ର ପ୍ରସ୍ତୁତ କରାଯାଉଛି ଯଦି ବିଶ୍ୱ ଏହାକୁ ଅଟକାଇ ନ ପାରିଲା ତେବେ ଏହା ବିଶ୍ୱ ପାଇଁ କରୋନା ଠାରୁ ଆହୁରି କ୍ଷତି କାରକହେବ ।