ଚାଇନା ବିକଶିତ କରୁଛି ବିପଜ୍ଜନକ ଆଣବିକ ବୁଡ଼ା ଜାହାଜ: ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିଲା…

ବେଜିଂ,୯।୧୦ : ଚାଇନା ସମ୍ପ୍ରତି ଏସିଆର ଶକ୍ତି କେନ୍ଦ୍ର ପାଲଟି। ଏସିଆରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ହେବାର ମୁଖ୍ୟ କାରଣ ହେଉଛି ଚାଇନା। ବର୍ତ୍ତମାନ ଏହି ଅସ୍ତ୍ର ଦୌଡ଼ରେ ଚାଇନା ନୂତନ ପଦକ୍ଷେପ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ାଇ ଦେଇଛି। ବାସ୍ତବରେ ଚାଇନେ ଏକ ବିପଜ୍ଜନକ ଆଣବିକ ବୁଡ଼ାଜାହାଜ ବିକଶିତ କରୁଛି। ଏହି ବୁଡ଼ାଜାହାଜର ବିଶେଷତ୍ୱ ହେଉଛି ଏହା ସମୁଦ୍ରକୁ ଅତି ଶାନ୍ତ ଭାବରେ ପାଟ୍ରୋଲିଂ କରିବାରେ ସକ୍ଷମ ହେବ, ଯେଉଁଥିପାଇଁ ଏହାକୁ ଚିହ୍ନିବା ବହୁତ କଷ୍ଟକର। ଅନୁମାନ କରାଯାଉଛି ଚାଇନା ଏହି ନୂତନ ଆଣବିକ ବୁଡ଼ାଜାହାଜ ନିର୍ମାଣକୁ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଶେଷ କରିବ।

ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଚାଇନା ୦୯୬ କିସମର ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛି। ଏହି ଆଣବିକ ବୁଡ଼ାଜାହାଜରେ ରୁଷୀୟ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି, ଯେଉଁଥିପାଇଁ ସମୁଦ୍ରରେ କାର୍ଯ୍ୟ କରିବା ସମୟରେ ଏହା ବହୁତ କମ ଶବ୍ଦ କରିବ, ଯାହା ଆମେରିକା ସମେତ ଅନ୍ୟ ସହଯୋଗୀ ଦେଶମାନଙ୍କ ପାଇଁ ଏହାକୁ ଟ୍ରାକ କରିବା କଷ୍ଟସାଧ୍ୟ କରିବ। ଗତ ମେ ମାସରେ ଆମେରିକାର ନାଭାଲ ୱାର୍‌ କଲେଜରେ ଆୟୋଜିତ ହୋଇଥିବା ଏକ ସମ୍ମିଳନୀରେ ଏହା ଆଲୋଚନା କରାଯାଇଥିଲା ଏବଂ ଚାଇନାର ସାମୁଦ୍ରିକ ଅଧ୍ୟୟନ ପ୍ରତିଷ୍ଠାନ ଅଗଷ୍ଟରେ ପ୍ରକାଶିତ ଏକ ଆର୍ଟିକିଲରେ ନୂତନ ଆଣବିକ ବୁଡ଼ାଜାହାଜର ବୈଶିଷ୍ଟ୍ୟ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା। ସମ୍ପ୍ରତି ଚାଇନା ଆଣବିକ ବୁଡ଼ାଜାହାଜ ଚାଇନା ସାଗର ଏବଂ ଭାରତ ପ୍ରଶାନ୍ତ ମହାସାଗରରେ ପାଟ୍ରୋଲିଂ ଜାରି ରଖିଛି। ଭାରତ ଏବଂ ଜାପାନ ସମେତ ଆମେରିକା ଏବଂ ଏହାର ଅନ୍ୟ ସହଯୋଗୀମାନେ ଚାଇନା ଆଣବିକ ବୁଡ଼ାଜାହାଜ ଉପରେ ନଜର ରଖିଛନ୍ତି, କିନ୍ତୁ ୦୯୬ ବୁଡ଼ାଜାହାଜ ଆସିବା ପରେ ଏହି ଦେଶଗୁଡିକର ଆହ୍ବାନ ବହୁଗୁଣିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍‌, ଆକ୍ରମଣରେ କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

ତେହରାନ,୨୭।୧୦: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri