ମରୁଭୂମିରେ ୧୧କିଲୋମିଟର ଗଭିର ଗାତ ଖୋଳୁଛି ଚାଇନା, ଗଭିରତା ମାଉଣ୍ଟ ଏଭରେଷ୍ଟର ଉଚ୍ଚତାଠାରୁ ଅଧିକ

ବେଜିଂ,୯।୬: ଚାଇନା ଏହାର ଏକ ମହତ୍ୱାକାଂକ୍ଷି ପରିଯୋଜନା ଉପରେ କାର୍ଯ୍ୟ କରୁଛି। ସେ ଗତ ସପ୍ତାହରୁ ନିଜର ଉତ୍ତର-ପଶ୍ଚିମ ରାଜ୍ୟ ସିଙ୍କୟାଙ୍ଗର ଟକଲାମକାନ ମରୁଭୂମିରେ ୧୧ କିଲୋମିଟରରୁ ଅଧିକ ଗଭୀରରେ ଏକ ଗାତ ଖୋଳୁଛନ୍ତି। ପ୍ରଶ୍ନ ହେଉଛି, ଚାଇନା ଏଭରେଷ୍ଟ ପର୍ବତର ଉଚ୍ଚତାଠାରୁ ଗଭୀର ଗାତ ଖୋଳୁଛି, ଏହା ପଛରେ କୌଣସି ବିପଦପୂର୍ଣ୍ଣ ଉଦ୍ଦେଶ୍ୟ ଅଛି କି?
ଚାଇନାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧୧ ହଜାର ୧୦୦ ମିଟର ଗଭୀର ଗାତ ଖୋଳିବା ଉଦ୍ଦେଶ୍ୟ ହେଉଛି ପ୍ରାଚୀନ କ୍ରେଟସିୟସ ସମୟର ତଳ ଭାଗରେ ପହଞ୍ଚିବା। କ୍ରେଟାସିୟସ ହେଉଛି ଏକ ଭୌଗୋଳିକ ଅବଧି। ଅନୁମାନ କରାଯାଉଛି କି ଏହି ଯୋଜନା ୪୫୭ ଦିନ ମଧ୍ୟରେ ସଂପୂର୍ଣ୍ଣ ହେବ। ଟେକ୍ଲାମକାନ ମରୁଭୂମିରେ ଏକ ନଅ କିଲୋମିଟର ଗଭୀର ତେଲ କୂଅ ପୂର୍ବରୁ ରହିଛି। ତେବେ ତେଲ ଓ ଗ୍ୟାସ ସନ୍ଧାନରେ ଏହି ୧୧ କିଲୋମିଟର ଗଭିର ଖାଲ ଖୋଳା ଯାଉଥିବା କୁହାଯାଉଛି।

Share