ଚାଇନାରେ ମସ୍‌ଜିଦ୍‌ ବନ୍ଦ କରିବା ନେଇ ଜୋର୍‌ଦାର୍‌ ଅଭିଯାନ

ବେଜିଂ,୨୨ା୧୧: ଚାଇନାରେ ମସ୍‌ଜିଦ୍‌ ବନ୍ଦ ରହିଛି। ମସଜିଦ ବନ୍ଦ୍‌ ପାଇଁ ଚାଇନା ରାଷ୍ଟ୍ରପତି ଶି’ ଜିନ୍‌ପିଙ୍ଗ୍‌ ସରକାର ଅଭିଯାନକୁ ଜୋରଦାର କରିଛନ୍ତି। ଚାଇନା ଦୀର୍ଘବର୍ଷ ଧରି ଜିନ୍‌ଜିଆଙ୍ଗରେ ସଂଖ୍ୟାଲଘୁ ମୁସଲମାନମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅଧିକ ଚାଇନିଜ ଦେଖାଯିବା ପାଇଁ ଅଧିକାରୀମାନେ ମସଜିଦରୁ ସ୍ଥାପତ୍ୟ ବୈଶିଷ୍ଟ୍ୟଗୁଡିକ ଅପସାରଣ କରୁଛନ୍ତି।

ଚାଇନା କର୍ତ୍ତୃପକ୍ଷ ଉତ୍ତର ନିଙ୍ଗ୍‌ଜିଆ ଅଞ୍ଚଳରେ ତଥା ଗାନସୁ ପ୍ରଦେଶରେ ମସ୍‌ଜିଦ୍‌ ବନ୍ଦ ଆରମ୍ଭ କରିଛନ୍ତି। ହୁଇ ମୁସଲମାନମାନଙ୍କର ଏକ ବୃହତ ଜନସଂଖ୍ୟା ଏଠାରେ ବସବାସ କରନ୍ତି। ଏହା ସର୍ବସାଧାରଣ ଦଲିଲ, ସାଟେଲାଇଟ୍‌ ଫଟୋ ଉପରେ ଆଧାରିତ।

Share