ଆମେରିକୀୟ ଟେକ୍ନୋଲୋଜି ବ୍ୟବହାର କରି ଯୁଦ୍ଧ କରୁଛି ଚାଇନା

ଓ୍ବାଶିଂଟନ,୨୯ା୬: ଚଳିତ ବର୍ଷ ଆରମ୍ଭରେ ଆମେରିକା ଉପରେ ଉଡ଼ିଥିବା ଚାଇନାର ଗୁପ୍ତଚର ବେଲୁନ ଆମେରିକୀୟ ଟେକ୍ନୋଲୋଜି ବ୍ୟବହାର କରି ଏହାକୁ ଅଡିଓ-ଭିଜୁଆଲ ତଥ୍ୟ ସଂଗ୍ରହ କରିବାକୁ ଅନୁମତି ଦେଇଥିଲା ବୋଲି ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାର ଅନେକ ପ୍ରତିରକ୍ଷା ଏବଂ ଗୁପ୍ତଚର ଏଜେନ୍ସି ଦ୍ୱାରା କରାଯାଇଥିବା ବିଶ୍ଳେଷଣରୁ ଜଣାପଡିଛି ଯେ, ବେଲୁନଗୁଡିକର ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ସୂଚନା ସଂଗ୍ରହ କରିବା ସହିତ ବାଣିଜି୍ୟକ ଭାବରେ ଉପଲବ୍ଧ ସାମଗ୍ରୀ ସଂଗ୍ରହ କରିବା ପାଇଁ ଅଧିକ ବିଶେଷଜ୍ଞ ଚାଇନିଜ ସେନ୍ସର ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ବହନ କରିଥିଲା। ଏଥିରେ ଆମେରିକୀୟ ଗିୟର୍‌ ମଧ୍ୟ ରହିଥିଲା। ଏଗୁଡିକ ବ୍ୟବହାର କରି ଚାଇନାକୁ ସୂଚନା ପଠାଯାଉଥିଲା।

ରିପୋର୍ଟରେ କୁହାଯାଇଛି, ଚାଇନା ଦାବି ଅନୁଯାୟୀ ବେଲୁନ୍‌ର ଉଦ୍ଦେଶ୍ୟ ଗୁପ୍ତଚର ଏବଂ ପାଣିପାଗ ମନିଟରିଂ ନୁହେଁ। ବେଲୁନ ଆଲାସ୍କା, କାନାଡା ଏବଂ ଆମେରିକାର ଅନ୍ୟ କେତେକ ରାଜ୍ୟ ଉପରେ ଉଡୁଥିବା ଜଣାପଡିଛି।
ହ୍ବାଇଟ୍‌ ହାଉସ ଏବଂ ଫେଡେରାଲ ବ୍ୟୁରେ ଅଫ୍‌ ଇନଭେଷ୍ଟିଗେସନ ବ୍ୟୁରୋ ଡବ୍ଲ୍ୟୁଏସ୍‌ଜେର ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ। ଚଳିତ ବର୍ଷ ଫେବୃୟାରୀରେ ଆମେରିକା ଯୁଦ୍ଧ ବିମାନ ସାହାଯ୍ୟରେ ସମ୍ବେଦନଶୀଳ ସାମରିକ ସ୍ଥାନ ଉପରେ ଉଡ଼ୁଥିବା ଚାଇନାର ଗୁପ୍ତଚର ବେଲୁନକୁ ଗୁଳି କରି ଦୁଇ ଦେଶ ମଧ୍ୟରେ କୂଟନୈତିକ ସଙ୍କଟ ସୃଷ୍ଟି କରିଥିଲା।

ଚାଇନାରୁ ଏହି ଗୁପ୍ତଚର ବେଲୁନ ପାଇବା ପରେ ଆମେରିକାର ସୁରକ୍ଷା ବିଭାଗ ପେଣ୍ଟାଗନ୍‌କୁ ହାଇ ଆଲର୍ଟ କରାଯାଇଥିଲା। ସମ୍ଭାବ୍ୟ ବୈଦେଶିକ ଗୁପ୍ତଚର ସଂଗ୍ରହ ଉପକରଣ ବିଷୟରେ ଆମେରିକାର ଆକାଶରେ କଡ଼ା ନଜର ରଖାଯାଇଥିଲା। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟର ଅଷ୍ଟିନ କହିଛନ୍ତି, ଏହି ବେଲୁନରେ କୌଣସି ସାମରିକ ବିପଦ ନାହିଁ, କିନ୍ତୁ ଏହା ବେସାମରିକ ବିମାନ ଚଳାଚଳ ପାଇଁ ବିପଦ ସୃଷ୍ଟି କରିଛି।

Share