ସତ୍ୟ ଲୁଚାଇ ଭୁଲ କରୁଛି ଚାଇନା: ବିଶ୍ୱସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୯।୧ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚାଇନା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଲୁଚାଇ ରଖିଥିବା ଅଭିଯୋଗ କରିଛି। ଏକ ମଣମାଧ୍ୟମ ସମ୍ମିଳନୀରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ କହିଛନ୍ତି ଯେ ଚାଇନାରେ କରୋନା ମାମଲା ବୃଦ୍ଧି ନେଇ ସେ ଚିନ୍ତିତ ଅଛନ୍ତି। ସେ କହିଛନ୍ତି, କରୋନା ସମ୍ବନ୍ଧୀୟ ଆକଳନ ଚାଇନାରୁ ମିଳୁନାହିଁ।

ଏହି ତଥ୍ୟ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ବିଶ୍ୱ ପାଇଁ ଉପଯୋଗୀ। ଆମେ ଏହାକୁ ଶେୟାର କରିବାକୁ ସମସ୍ତ ଦେଶକୁ ଉତ୍ସାହିତ କରୁଛୁ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ ନିର୍ଦ୍ଦେଶକ ମାଇକ ରିଆନ ଚାଇନ ଅଧିକାରୀମାନଙ୍କୁ କରୋନା ବିଷୟରେ ଅଧିକ ସୂଚନା ଶେୟାର କରିବାକୁ କହିଛନ୍ତି। ସତ୍ୟ ଲୁଚାଇ ଚାଇନା ଭୁଲ କରୁଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି।

Share