Categories: ଜାତୀୟ

ପାକିସ୍ତାନ ତୁଳନାରେ ଚାଇନା ଭାରତର ବଡ଼ ଶତ୍ରୁ

ନୂଆଦିଲ୍ଲୀ,୨୪।୬: ଭାରତ ପାଇଁ ପାକିସ୍ତାନ ତୁଳନାରେ ଚାଇନା ଅଧିକ ବିପଦ ସୃଷ୍ଟି କରୁଛି। ସମ୍ପ୍ରତି ହୋଇଥିବା ଏକ ସର୍ଭେରେ ୬୮ ପ୍ରତିଶତ ଭାରତୀୟ ଏଭଳି ମତ ଦେଇଛନ୍ତି। ଚାଇନା ଭାରତର ବଡ଼ ଶତ୍ରୁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୩୨ ପ୍ରତିଶତ ଲୋକ ପାକିସ୍ତାନ ଭାରତର ପୁରୁଣା ଶତ୍ରୁ ବୋଲି ମତ ଦେଇଛନ୍ତି। ଗଲଓ୍ବାନ ସଂଘର୍ଷ ପରେ ଏହି ସର୍ଭେ ହୋଇଥିଲା। ୬୦ ପ୍ରତିଶତ ଭାରତୀୟ ଚାଇନା ଉପରେ ଭାରତୀୟ ସେନା କାର୍ଯ୍ୟନୁଷ୍ଠାନ କରବାକୁ ମନା କରିଥିବାବେଳେ ୩୯ ପ୍ରତିଶତ ଏହାର କଡ଼ା ଜବାବ ଦେବା ନେଇ ମତପୋଷଣ କରିଛନ୍ତି। ସେହିପରି ୬୮ପ୍ରତିଶତ ଲୋକ ଚାଇନା ସାମଗ୍ରୀ ବହିଷ୍କାର ପାଇଁ ମତ ଦେଇଛନ୍ତି।

Share