Categories: ଜାତୀୟ

ଭାରତରେ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୨୫ା୩: ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟି ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଶୁକ୍ରବାର ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ସାକ୍ଷାତ କରିବେ। ଗଲଓ୍ବାନ ସଂଘର୍ଷ ପରେ ଏହା ଓ୍ବାଙ୍ଗ୍‌ଙ୍କ ପ୍ରଥମ ଭାରତ ଗସ୍ତ। ନିକଟରେ ଅର୍ଗାନାଇଜେଶନ ଅଫ୍‌ ଇସ୍‌ଲାମିକ୍‌ କୋଅପରେଶନ୍‌ (ଓଆଇସି) ସମ୍ମିଳନୀରେ କଶ୍ମୀର ପ୍ରସଙ୍ଗରେ ଓ୍ବାଙ୍ଗ୍‌ଙ୍କ ମନ୍ତବ୍ୟକୁ ଭାରତ ଖାରଜ କରିଥିଲା। ଦିଲ୍ଲୀ ଆସିବା ପୂର୍ବରୁ ଓ୍ବାଙ୍ଗ ଆକସ୍ମିକ ଭାବେ ଆଫଗାନିସ୍ତାନରେ ଓହ୍ଲାଇ ତାଲିବାନ ନେତାଙ୍କୁ ଭେଟି ରାଜନୈତିକ ସମ୍ପର୍କ, ଅର୍ଥନୀତି ଉପରେ କଥା ହୋଇଥିଲେ।

Share