Categories: ଜାତୀୟ

ଚାଇନା ମୋ ସହିତ ଆଲୋଚନା କରିବାକୁ ଆଗ୍ରହୀ: ଦଲାଇ ଲାମା…

ଧର୍ମଶାଲା,୮।୭ : ବୈଦ୍ଧ ନେତା ଦଲାଇ ଲାମା କହିଛନ୍ତି ତିବ୍ଦତର ସମସ୍ୟା ସମ୍ପର୍କରେ ସେ ଚାଇନା ସହ ଖୋଲାଖୋଲି ଭାବେ ଆଲୋଚନା କରିବାକୁ ପ୍ରସ୍ତୁତ। ଚାଇନା ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି। ଧାର୍ମିକ ନେତା କହିଛନ୍ତି ବର୍ତ୍ତମାନ ଚାଇନା ତିବ୍ଦତର ଲୋକଙ୍କ ସାହସକୁ ହୃଦୟଙ୍ଗମ କରିଛି। ସେଥିପାଇଁ ତିବ୍ଦତର ସମସ୍ୟାର ସମାଧାନ ପାଇଁ ଚାଇନା ନେତାମାନେ ମୋ ସହ ଯୋଗାଯୋଗ କରୁଛନ୍ତି। ଦିଲ୍ଲୀ-ଲଦାଖ ଯିବା ପୂର୍ବରୁ ଦଲାଇ ଲାମା ଧର୍ମଶାଲାରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ଏହି ସୂଚନା ଦେଇଛନ୍ତି।

ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଦଲାଇ ଲାମା କହିଛନ୍ତି ତିବ୍ଦତ ଦୀର୍ଘ ବର୍ଷ ଧରି ଚାଇନା ଦଖଲରେ ଅଛି। ଆମେ ସମ୍ପୂର୍ଣ୍ଣ ସ୍ବାଧୀନତା ଚାହୁଁଛୁ। ଚାଇନା ତିବ୍ଦତ ପ୍ରତି ଦମନକାରୀ ନୀତି ଆପଣାଇଛି। କିନ୍ତୁ ବର୍ତ୍ତମାନ ଚାଇନା ନିଜର ଭୁଲକୁ ସଂଶୋଧନ କରିବାକୁ ଚାହୁଁଛି। ଚାଇନା ବର୍ତ୍ତମାନ ବଦଳୁଛି। ଦଲାଇ ଲାମା କହିଛନ୍ତି ମୁଁ ଚୀନ ଉପରେ କିମ୍ବା ତିବ୍ଦତ ପ୍ରତି ଏକ ଅତ୍ୟାଚାରକାରୀ ମନୋଭାବ ଗ୍ରହଣ କରିଥିବା ନେତାଙ୍କ ଉପରେ ରାଗି ନାହିଁ। ଐତିହାସିକ ଭାବରେ ଚାଇନା ଏକ ବୌଦ୍ଧ ଦେଶ ଅଟେ।

ସେଠାରେ ଥିବା ବୌଦ୍ଧ ମଠ ଏବଂ ବିହାରଗୁଡ଼ିକ ଏହାର ପ୍ରମାଣ ଦେଉଛି । ମୁଁ ସେହି ମଠ ଏବଂ ମନ୍ଦିରଗୁଡିକ ମଧ୍ୟ ପରିଦର୍ଶନ କରିଛି। ଦଲାଇ ଲାମା କହିଛନ୍ତି ତିବ୍ଦତୀୟ ସଂସ୍କୃତି ଏବଂ ଧର୍ମ ବିଷୟରେ ଜ୍ଞାନ ସମଗ୍ର ବିଶ୍ୱ ପାଇଁ ଲାଭଦାୟକ ହେବ। ମୁଁ ଅନ୍ୟ ଧର୍ମ ଏବଂ ସେମାନଙ୍କର ପରମ୍ପରାକୁ ମଧ୍ୟ ସମ୍ମାନ କରେ। ପ୍ରେମ ଏବଂ କରୁଣା ବିସ୍ତାର କରିବାକୁ ମୁଁ ବିଶ୍ୱର ମୋର ସମସ୍ତ ଅନୁଗାମୀମାନଙ୍କୁ ଏକ ବାର୍ତ୍ତା ଦେଉଛି। ଦଲାଇ ଲାମା କହିଛନ୍ତି ମୁଁ ଭାବୁଛି ମୁଁ ୧୦୦ ବର୍ଷରୁ ଅଧିକ ବଞ୍ଚିବି। ଆପଣମାନେ ମୋ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରନ୍ତୁ ।

Share