Categories: ଜାତୀୟ

ଲଦାଖରେ ଅପ୍ଟିକାଲ ଫାଇବର କେବୁଲ ବିଛାଉଛି ଚାଇନା

ଲେହ, ୧୫।୯: ଏଲ୍‌ଏସିରେ ଜାଣିଶୁଣି ଚାଇନା ଉତ୍ତେଜନା ସୃଷ୍ଟି କରୁଛି। ଲଦାଖରେ ଚାଇନା ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ଲାଗି ଅପ୍ଟିକାଲ ଫାଇବର କେବୁଲ ବିଛାଉଛି। ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଗଣମାଧ୍ୟମ ସଂସ୍ଥା ଦି ଟେଲିଗ୍ରାଫ୍‌ରେ ଏହା ପ୍ରକାଶିତ ହୋଇଛି। ପୌଙ୍ଗୋଙ୍ଗ ତ୍ସୋର ଦକ୍ଷିଣ ଅଞ୍ଚଳରେ ଚାଇନା ଏଭଳି କାର୍ଯ୍ୟ ଜାରି ରଖିଛି। ଏହାଦ୍ୱାରା ସାମରିକ ସୂଚନା ପ୍ରସାରଣରେ ସହଜ ହେବ ବୋଲି କୁହାଯାଉଛି। ଏହି ପ୍ରସଙ୍ଗରେ ଗଣମାଧ୍ୟମ ଏଜେନ୍ସି ରୟଟର୍ସର ପ୍ରଶ୍ନର ଉତ୍ତର ଚାଇନା ବିଦେଶମନ୍ତ୍ରୀ ଦେଇ ନ ଥିବା ନେଇ ଚର୍ଚ୍ଚା ହେଉଛି। ଭାରତ ଏବଂ ଚାଇନା ମଧ୍ୟରେ ଗତ କିଛି ଦିନ ଧରି ଚାଲିଥିବା ସୀମା ବିବାଦ ଦୁଇଦେଶର ବିଦେଶମନ୍ତ୍ରୀଙ୍କ ବୈଠକ ପରେ ମଧ୍ୟ ନ ସୁଧୁରିବାରୁ ସୀମାରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଚାଇନା ଏଲ୍‌ଏସିରେ ସୈନ୍ୟ ଏବଂ ସାମରିକ ଅସ୍ତ୍ରଶସ୍ତ୍ର ଠୁଳ କରିବା ଯୋଗୁ ସ୍ଥିତି ଅଧିକ ସଙ୍କଟ ଜନକ ହେଉଥିବା କୁହାଯାଉଛି।

Share