ଚାଇନାରେ ରକ୍ତ ପାଇଁ ହାହାକାର…

ବେଜିଂ,୨୬।୧୨ : ଚାଇନାରେ କରୋନା ଏକ ଭୟଙ୍କର ରୂପ ନେଇଛି । କୋଭିଡ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ମଧ୍ୟରେ ଦେଶର ଅନେକ ଅଞ୍ଚଳରେ ରକ୍ତର ଅଭାବ ଦେଖାଦେଇଛି। ଦେଶରେ ରକ୍ତ ପାଇଁ ହାହାକାର ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ରକ୍ତଦାନ ପାଇଁ ନିବେଦନ କରାଯାଇଛି। ରକ୍ତଦାନ ସମୟରେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଚାଇନା ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ ଦେଶର ଅନେକ ଅଞ୍ଚଳରେ ରକ୍ତ ଅଭାବ ଦେଖାଦେଇଛି। କରୋନା ମହାମାରୀ ଏବଂ ଦୀର୍ଘସ୍ଥାୟୀ ଥଣ୍ଡା ଯୋଗୁ ଆକ୍ରାନ୍ତମାନଙ୍କଠାରେ ରକ୍ତର ଅଭାବ ଦେଖାଯାଉଛି। ଶାଣ୍ଡୋଙ୍ଗ ପ୍ରଦେଶର ଏକ ରକ୍ତ କେନ୍ଦ୍ର ଅନୁଯାୟୀ, ଗତ କିଛି ଦିନ ହେବ ବ୍ଲଡ ଗ୍ରୁପ ’ଏ’ ଏବଂ ’ଓ’ ର ଷ୍ଟକ ବହୁତ କମ ସ୍ତରକୁ ଖସି ଆସିଛି। ସର୍ବାଧିକ ସଂଖ୍ୟକ ମେଡିକାଲ ଅନୁଷ୍ଠାନ ଥିବା ଜିନାନରେ ରକ୍ତ ଅଭାବର ଅଭାବ ଦେଖାଦେଇଛି ।

Share