Advertisement

ଚାଇନା କରୁଛି ଆକ୍ରମଣ ଷଡ଼ଯନ୍ତ୍ର

ଓ୍ବାଶିଂଟନ, ୧୬।୮: ଚାଇନା ଏବଂ ଆମେରିକା ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିବା ଆମେରିକା ସୈନ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଚାଇନାକୁ ବୁଦ୍ଧି ଶିଖାଇବା ପାଇଁ ଆମେରିକା ଯୁଦ୍ଧପୋତ ଏବଂ ଏୟାରକ୍ରାଫ୍ଟ ମୁତୟନ କରିଛି। ଦକ୍ଷିଣ ଚାଇନା ସାଗରରେ ଆମେରିକାର ଶକ୍ତିଶାଳୀ ଯୁଦ୍ଧପୋତ ଏବଂ ଏୟାରକ୍ରାଫ୍ଟ ରୋନାଲ୍ଡ ରେଗାନ ପଇଁତରା ମାରୁଛି। ଏହା ସହିତ ଆମେରିକା ନୌବାହିନୀ ଯୁଦ୍ଧାଭ୍ୟାସ ମଧ୍ୟ ଆରମ୍ଭ କରିଛି। ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ଆମେରିକା ଏୟାରକ୍ରାଫ୍ଟ ଅପରେଶନ ଅଧିକାରୀ ଜୋଶୁଆ ଫଗନ କହିଛନ୍ତି। ଦକ୍ଷିଣ ଚାଇନା ସାଗରରେ ଜାପାନ, ତାଇଓ୍ବାନ, ଇଣ୍ଡୋନେସିଆ, ଫିଲିପାଇନ୍ସ୍‌ ସମେତ ଅନ୍ୟ ଦେଶଙ୍କ ସହିତ ଚାଇନାର ସାମୁଦ୍ରିକ ସୀମା ବିବାଦ ଜାରି ରହିଛି। ତାଇଓ୍ବାନ ସାମୁଦ୍ରିକ ସୀମାରେ ଚାଇନା ବହୁ ସଂଖ୍ୟାରେ ମେରାଇନ୍‌ କମାଣ୍ଡଙ୍କୁ ମୁତୟନ କରିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ଏଠାରେ ଶାନ୍ତି ସ୍ଥିତି ସୃଷ୍ଟି କରିବାର ଉଦ୍ୟମ ଅବ୍ୟାହତ ରଖିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share