Categories: ଜାତୀୟ

ଲଦାଖ ନିକଟରେ ସାମରିକ ପ୍ରସ୍ତୁତି ଚଳାଇଛି ଚାଇନା

ନୂଆଦିଲ୍ଲୀ,୮ା୬: ଲଦାଖ ଅଞ୍ଚଳରେ ଚାଇନା କମ୍ୟୁନିଟି ପାର୍ଟିର ଆଚରଣ ଠିକ୍‌ ଲାଗୁନାହିଁ। ଆମେରିକାର ସେନାର ପାସିଫିକ୍‌ କମାଣ୍ଡିଂ ଜେନେରାଲ ଚାଲର୍‌ସ ଏ ଫ୍ଲିନ୍‌ ବୁଧବାର କହିଛନ୍ତି, ଭାରତ ସୀମା ନିକଟରେ ଚାଇନା ଦ୍ୱାରା ସାମରିକ ପ୍ରସ୍ତୁତି କରାଯାଉଛି, ଯାହା ବିପଦଜ୍ଜନକ ଅଟେ  ବୋଲି ସତର୍କ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୫ ମେ’ ୨୦୨୦ଠାରୁ ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ସୈନ୍ୟବାହିନୀ ମଧ୍ୟରେ ତିକ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହି ବର୍ଷ ଜୁନ୍‌ରେ ଦୁଇ ସୈନ୍ୟବାହିନୀ ମଧ୍ୟରେ ମଧ୍ୟ ହିଂସାତ୍ମକ ସଂଘର୍ଷ ହୋଇଥିଲା, ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିଲେ। ଚାଇନା ମଧ୍ୟ ଅଧିକ କ୍ଷତି ସହିଥିଲା। ଯଦିଓ ଏହା ନିଜ ସୈନିକମାନଙ୍କ ମୃତ୍ୟୁର ପ୍ରକୃତ ସଂଖ୍ୟା କେବେ ଦେଇ ନାହିଁ।

ଉଲ୍ଲେଖନୀୟ ବିଷୟ ଯେ, ପୂର୍ବ ଲଦାଖରେ ସୀମା ବିବାଦର ସମାଧାନ ପାଇଁ ଭାରତ ଏବଂ ଚାଇନା ମଧ୍ୟରେ ୧୫ ଥର ସାମରିକ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଛି। ଏହା ଦ୍ୱାରା ଉଭୟ ପକ୍ଷ ମୁହାଁମୁହିଁ ହେବାର କିଛି ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ମଧ୍ୟ ହୋଇପାରିଛି। ତଥାପି ଏଲ୍‌ଏସିର ଉଭୟ ପାର୍ଶ୍ୱରେ ୫୦-୬୦ ହଜାର ସୈନ୍ୟ ନିୟୋଜିତ ଅଛନ୍ତି। ଭାରତୀୟ ସେନା ମୁଖ୍ୟ ମନୋଜ ପାଣ୍ଡେ ୯ ମେ’ରେ କହିଥିଲେ, ସୀମା ବିବାଦକୁ ଚାଇନା ବଞ୍ଚାଇବାକୁ ଚାହୁଁଛି।

Share