‘ଏଲ୍‌ଏସିରେ ଶାନ୍ତି ବଜାୟ ରଖିବାକୁ ଗମ୍ଭୀରତା ସହ ଚିନ୍ତା କରୁ ଚାଇନା’

ବେଜିଂ,୨୩।୬: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଚାଇନାରେ ଭାରତୀୟ ରାଜଦୂତ ପ୍ରଦୀପ କୁମାର ରାୱତ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟି ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ଏସିଆ ଏବଂ ବିଶ୍ୱର ଦୃଷ୍ଟିକୋଣରୁ ଦୁଇ ଦେଶ ମଧ୍ୟରେ ସୀମାନ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାର୍ଚ୍ଚରେ ରାୱତ ଚାଇନାରେ ଭାରତୀୟ ରାଜଦୂତ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।
କାର୍ଯ୍ୟଭାର ଗ୍ରହଣ କରିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ରାଓ୍ବତଙ୍କର ଏହା ପ୍ରଥମ ସାକ୍ଷାତ ଥିଲା। ରାୱତ ଏବଂ ୱାଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ବହୁମୁଖୀ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ୱାଙ୍ଗ ୟି କହିଛନ୍ତି ଯେ, ଦୁଇ ଦେଶର ନେତୃତ୍ୱ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଦ୍ୱିପାକ୍ଷିକ ସମ୍ପର୍କର ଗୁରୁତ୍ୱ ଉପରେ ଚୁକ୍ତି ହୋଇଛି।
ରାୱତ ମଧ୍ୟ ଏଥିରେ ସହମତ ହୋଇଥିଲେ ଏବଂ ଏହାର ପୂର୍ଣ୍ଣ ସାମର୍ଥ୍ୟକୁ ହୃଦୟଙ୍ଗମ କରିବା ପାଇଁ ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୂର୍ବ ଲଦାଖରେ ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ ସହିତ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ରାୱତ ଏବଂ ୱାଙ୍ଗଙ୍କ ସାକ୍ଷାତ ଗୁରୁତ୍ୱପୂର୍ଣ୍ଣ ଅଟେ।

Share