ଭାରତ ବିରୋଧରେ ଲଢିବାକୁ ପାକିସ୍ତାନକୁ ଶକ୍ତିଶାଳୀ କରୁଛି ଚାଇନା!

ବେଜିଂ,୨୪।୮: ଚାଇନା ଓ ପାକିସ୍ତାନର ଭାରତ ବିରୋଧୀ ଅଭିଯାନ ଚରମ ସୀମାରେ ପହଞ୍ଚିବାକୁ ଯାଉଛି। ଚାଇନା ପ୍ରଥମେ ଭାରତ ବିରୋଧରେ ନେପାଳକୁ ଉସକାଉଥିବା ବେଳେ ଏଥିରେ ଫେଲ୍‌ ମାରିଥିଲା। ଆଉ ଏବେ ଭାରତର ଚୀର ଶତ୍ରୁ ପାକିସ୍ତାନକୁ ଭାରତ ବିରୋଧରେ ଲଢିବାକୁ ଚାଇନା ଶକ୍ତି ଯୋଗାଇ ଦେଉଥିବା ଜଣାପଡିଛି। ଶୁଣିବାକୁ ମିଳୁଛି କି ରବିବାର ଚାଇନା ପାକିସ୍ତାନ ପାଇଁ ଏକ ଯୁଦ୍ଧ ଜାହାଜ ଦେଇଛି। ତେବେ ପାକିସ୍ତାନ ନିକଟରେ ଯେତେ ଯୁଦ୍ଧ ଜାହାଜ ରହିଛି ସବୁଠାରୁ ଏହା ଶକ୍ତିଶାଳୀ ବୋଲି କୁହାଯାଉଛି। ଏହାକୁ ଚାଇନା ସେନାର ବ୍ୟାକ୍‌ବୋନ ବୋଲି ମଧ୍ୟ କୁହାଯାଏ। ଚାଇନା ପାକିସ୍ତାନକୁ ପଠାଇଥିବା ଏହା ପ୍ରଥମ ଯୁଦ୍ଧ ଜାହାଜ। ଏହାସହ ଚାଇନା ଆହୁରି ୩ଟି ଯୁଦ୍ଧ ଜାହାଜ ପାକିସ୍ତାନକୁ ଦେବ ବୋଲି କୁହାଯାଉଛି। ମିଳିଥିବା ଖବର ଅନୁଯାୟୀ, ଚାଇନା ଏପର୍ଯ୍ୟନ୍ତ କୌଣସି ବିଦେଶୀ ସେନାଙ୍କୁ ଏହି ଜାହାଜ ବିକ୍ରି କରି ନାହିଁ। ତେବେ ଏହି ଯୁଦ୍ଧ ଜାହାଜ ପାକିସ୍ତାନ ନୌସେନାରେ ସାମିଲ ହେବା ପରେ ନୌସେନାର ଶକ୍ତି ଦୁଇଗୁଣା ବୃଦ୍ଧି ପାଇବ।

Share