ତିବ୍ଦତରେ ପିତାମାତାଙ୍କଠାରୁ ପିଲାମାନଙ୍କୁ ଛଡ଼ାଇ ନେଇ ବୋର୍ଡିଂ ସ୍କୁଲରେ ରଖୁଛି ଚାଇନା, ଭାଷା-ସଂସ୍କୃତି ନଷ୍ଟ କରୁଥିବା ଅଭିଯୋଗ…

ବେଜିଂ,୧୭।୭ : ତିବ୍ଦତରେ ପିତାମାତାଙ୍କଠାରୁ ପିଲାମାନଙ୍କୁ ଛଡ଼ାଇ ନେଇ ଚାଇନା ସରକାର ବୋର୍ଡିଂ ସ୍କୁଲରେ ରଖୁଛନ୍ତି। ଏଭଳି କରି ଚାଇନା ତିବ୍ଦତର ଭାଷା-ସଂସ୍କୃତି ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ୭୪ ବର୍ଷ ଧରି ତିବ୍ଦତ ଦଖଲ କରିଆସୁଥିବା ଚାଇନା ବର୍ତ୍ତମାନ ସେମାନଙ୍କର ୪ ରୁ ୬ ବର୍ଷର ପିଲାମାନଙ୍କୁ ତିବ୍ଦତୀୟ ନାଗରିକଙ୍କଠାରୁ ଛଡ଼ାଇ ନେଉଛି ଏବଂ ସେମାନଙ୍କୁ ବୋର୍ଡିଂ ସ୍କୁଲରେ ରଖୁଛି, ଯେଉଁଠାରେ ସେମାନଙ୍କୁ ତିବ୍ଦତ ଦେଶର ସଂସ୍କୃତି, ଜୀବନଶୈଳୀ ଏବଂ ଭାଷାଠାରୁ ଦୂରଇ ରହିବାର ପ୍ରୟାସ କରାଯାଉଛି। ଏହି ପିଲାମାନଙ୍କୁ ବହୁ ବର୍ଷ ଧରି ସେମାନଙ୍କ ପିତାମାତାଙ୍କଠାରୁ ଦୂରେଇ ରଖାଯାଉଛି ଏବଂ ଚାଇନିଜ ଭାଷା ଏବଂ ହିଂସାତ୍ମକ ଜିନିଷ ଶିକ୍ଷା ଦିଆଯାଉଛି, ଯାହାଫଳରେ ସେମାନଙ୍କର ସାଂସ୍କୃତିକ ପରିଚୟ ନଷ୍ଟ ହୋଇପାରିବ। ପ୍ରଖ୍ୟାତ ତିବ୍ଦତୀୟ ପଣ୍ଡିତ ଡକ୍ଟର ଗୟାଲ ଲୋ ଏହି ଦାବି କରିଛନ୍ତି।

Share