ବିଶ୍ୱ ସୁରକ୍ଷା ପାଇଁ ଚାଇନା ସବୁଠାରୁ ବଡ ଆହ୍ବାନ…

ଟୋକିଓ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକଙ୍କ ସହ ଆଲୋଚନା ବେଳେ ଭାରତ-ୟୁକେ ଏଫଟିଆର ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାରେ ଅଗ୍ରଗତି ସହିତ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀ ସମୀକ୍ଷା କରିଛନ୍ତି। ଏହି ସମୟ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଭଳି ବ୍ୟାପକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବାକୁ ଦୁଇ ନେତା ସହମତ ହୋଇଥିଲେ। ସେ ଭାରତ ସହିତ ବାଣିଜ୍ୟ ଚୁକ୍ତି ପାଇଁ ଆଗ୍ରହୀ ବୋଲି ସୁନାକ କହିଥିଲେ।

ଅନ୍ୟପକ୍ଷରେ ଜି -୭ ଶିଖର ସମ୍ମିଳନୀରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ମଧ୍ୟ ଚାଇନା ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ବିଶ୍ୱ ସୁରକ୍ଷା ଏବଂ ସମୃଦ୍ଧତା ପାଇଁ ଚାଇନ ବର୍ତ୍ତମାନ ସବୁଠାରୁ ବଡ ଆହ୍ବାନ ପାଲଟିଛି। ତାଙ୍କର ବିବୃତ୍ତିକୁ ସମସ୍ତ ଜି -୭ ଦେଶ ସମର୍ଥନ କରିଥିଲେ। ଏହି ନେତାମାନେ ମିଳିତ ଭାବେ ଚାଇନାର ଆହ୍ବାନର ସମାଧାନ ଖୋଜିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

Share