ଚାଇନା ଉପରେ ପଡୁଛି ଚାପ

ଓ୍ବାଶିଂଟନ,୨୮ା୫: କରୋନା ଭାଇରସର ଉତ୍ପତ୍ତି ଅନୁସନ୍ଧାନ ପାଇଁ ବିଭିନ୍ନ ଆଡୁ ଚାଇନା ଉପରେ ଚାପ ପଡୁଛି। ଏପରିକି କରୋନା ବିଶ୍ୱ ମହାମାରୀର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବୈଜ୍ଞାନିକମାନେ ଅଧିକ ସ୍ପଷ୍ଟତା ଦାବି କରୁଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ -ବାଇଡେନ୍‌ କୋଭିଡ -୧୯ର ଜେନେସିସ୍‌ ସମ୍ବନ୍ଧରେ ୯୦ ଦିନ ମଧ୍ୟରେ ଗୁପ୍ତଚର ବିଭାଗରୁ ତଦନ୍ତ ରିପୋର୍ଟ ମାଗିବା ପରେ ଚାଇନାର ଚିନ୍ତା ବଢ଼ି ଯାଇଛି। ଏ ସମ୍ପର୍କରେ ଡବ୍ଲ୍ୟୁଏଚ୍‌ଓ ଏହା ମଧ୍ୟ କହିଛି ଯେ, କରୋନାର ଉତ୍ପତ୍ତି ବିଷୟରେ ପୁନଃ ଅନୁସନ୍ଧାନ ଆରମ୍ଭ ହେବ।

ସୂଚନାଯୋଗ୍ୟ, ଚାଇନାର ଉହାନ ସହରରେ ପ୍ରଥମ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ସେହିଦିନଠାର ବିଶ୍ୱବ୍ୟାପୀ ଧାରଣା ଥିଲା ଯେ କରୋନା ଭୂତାଣୁ ଚାଇନାର ଏକ ଲାବୋରେଟୋରୀରେ ବିକଶିତ ହୋଇ ହଠାତ୍‌ ବାହାରକୁ ଆସିଥିଲା। ଅନ୍ୟପକ୍ଷରେ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କରୋନା ମହାମାରୀ ପାଇଁ ଚାଇନାକୁ ସିଧାସଳଖ ଦାୟୀ କରିଛନ୍ତି।

Share