ଚାଇନା ହୋଟେଲ ଦୁର୍ଘଟଣା: ୮ ମୃତ, ୯ ନିଖୋଜ

ବେଜିଂ, ୧୩ ।୭: ଚାଇନାର ପୂର୍ବରେ ଥିବା ସୁଜୋଇ ସହରରେ ଏକ ହୋଟେଲ ଭୁଷୁଡି ପଡିବା ଫଳରେ ୮ ଜଣଙ୍କ ମୃତ୍ୟୁ ହେବା ସହ ୯ ଜଣ ନିଖୋଜ ଥିବା ଜଣାପଡିଛି । ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଘଟଣାର ତଦନ୍ତ ଚାଲିଛି । ମିଳିଥିବା ସୂଚନାରୁ ଜଣାପଡିଛି କି ଏହି ଘଟଣା ସୋମବାର ଦ୍ୱିପ୍ରହର ପାଖାପାଖି ୩ଟା ୩୩ରେ ଘଟିଛି । ଘଟଣା ସମୟରେ ୨୩ ଜଣ ଲୋକ ଭଙ୍ଗା ଘର ତଳେ ଚାପି ହୋଇ ଯାଇଥିଲେ । ମଙ୍ଗଳବାର ସକାଳ ସୁଦ୍ଧା ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଯେଉଁମାନଙ୍କ ମଧ୍ୟରୁ ଜଣେ ସୁରକ୍ଷିତ ରହିଥିବା ବେଳେ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ତଦନ୍ତ ପୂର୍ବରୁ ଅନୁମାନ କରାଯାଉଛି କି ରିନୋଭେଶନ କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

Share