ମହାକାଶରେ ରହସ୍ୟମୟ ବସ୍ତୁ ଛାଡ଼ିଲା ଚାଇନା…

ବେଜିଂ,୭।୧୧ : ଆମେରିକାର ସ୍ପେସ ଫୋର୍ସ ଦାବି କରିଛି ଯେ ଚାଇନାର ମହାକାଶଯାନ ପୃଥିବୀର କକ୍ଷପଥରେ ଏକ ରହସ୍ୟମୟ ବସ୍ତୁ ଛାଡିଛି। ତେବେ ଛଡ଼ାଯାଇଥିବା ବସ୍ତୁଟି କ’ଣ ତାହା ଜାଣିହୋଇ ନାହିଁ। ଆମେରିକୀୟ ବିଶେଷଜ୍ଞମାନେ କହିଛନ୍ତି ଚାଇନାର ପ୍ରାକୃତିକ ବିଜ୍ଞାନ ଫାଉଣ୍ଡେଶନ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ଏକ ପ୍ରକଳ୍ପ ସହିତ ଏହି ଅଜ୍ଞାତ ବସ୍ତୁ ସଂଯୁକ୍ତ।

ଅର୍ବିଟାଲ ଫୋକସ ୱେବସାଇଟ ଅନୁଯାୟୀ, ବସ୍ତୁ ଏହାର ମୁଖ୍ୟ ଯାନଠାରୁ ୨୦୦ମିଟରରୁ କମ ଦୂରରେ ଯାତ୍ରା କରୁଛି । ବିଶେଷଜ୍ଞଙ୍କ ଅନୁସାରେ ହୁଏତ ଏହା ଏକ ପୁନଃ ବ୍ୟବହାର ଯୋଗ୍ୟ ସ୍ପେସ ପରିବହନ ବ୍ୟବସ୍ଥାର ବିକାଶ ସହିତ ସଂଯୁକ୍ତ ହୋଇପାରେ। ସ୍ପେସ ୱାଚରମାନେ ଅନୁମାନ କରୁଛନ୍ତି ଯେ ବସ୍ତୁ ଏକ ଛୋଟ ଉପଗ୍ରହ ହୋଇପାରେ ଯାହା ଏକ ବୃହତ ଶିଳ୍ପ, ସେବା ମଡ୍ୟୁଲ କିମ୍ବା ପରୀକ୍ଷା ଫଳାଫଳ ଉପରେ ନଜର ରଖିବା ପାଇଁ ପରିକଳ୍ପିତ ।
ପରୀକ୍ଷାମୂଳକ ମହାକାଶଯାନ ଚାଇନାର ଲଙ୍ଗ ମାର୍ଚ୍ଚ ୨-ଏଫ ରକେଟରେ ଅଗଷ୍ଟ ୪ ରେ ଗୋବି ମରୁଭୂମିର ଜିଓକାନରୁ ଉତକ୍ଷେପଣ କରାଯାଇଥିଲା ଏବଂ ତିନିମାସ ଧରି କକ୍ଷପଥରେ ରହିଥିଲା। ଅବଶ୍ୟ, ରହସ୍ୟମୟ ବସ୍ତୁ ଏହି ଯାନରୁ ମୁକ୍ତ କରାଯାଇଥିଲା ଏବଂ ବର୍ତ୍ତମାନ ଏହା ଯେତେବେଳେ ଏହାର କକ୍ଷପଥରେ ସ୍ଥାପିତ ହେବାପରେ ଦୃଶ୍ୟମାନ ହୋଇଛି। ଏହି ମିଶନ ଉପରେ ଚାଇନା ନୀରବ ରହିଛି। ତେବେ ଆମେରିକା ଏହା ଉପରେ ତୀକ୍ଷ୍‌ଣ ନଜର ରଖିଛି।

Share