ଭାରତୀୟଙ୍କ ଉପରୁ ଭିଜା ବ୍ୟାନ୍‌ ହଟାଇଲା ଚାଇନା

ବେଜିଂ,୧୪।୬: କୋଭିଡ୍‌ ମହାମାରୀ ଯୋଗୁ ଚାଇନା ୨ ବର୍ଷ ହେଲା ଲଗାଇଥିବା ଭିଜା କଟକଣା ହଟାଇଦେବାକୁ ନିଷ୍ପତ୍ତି ନେଇଛି। ଏହି କଟକଣା ଯୋଗୁ ଭାରତରେ ଅଟକି ରହିଥିବା ପେସାଦାର ଓ ସେମାନଙ୍କ ପରିବାରଙ୍କୁ ବେଜିଂ ଭିଜା ଯୋଗାଇଦେବ ବୋଲି ଘୋଷଣା କରିଛି। ସେହିପରି ଚାଇନା ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ହଜାର ହଜାର ଭାରତୀୟ ଛାତ୍ରୀଛାତ୍ର ପୁଣିଥରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୋଗଦେବା ଲାଗି କରିଥିବା ଆବେଦନକୁ ବେଜିଂ ବିଚାର କରୁଛି। ଭାରତରେ ଥିବା ଚାଇନା ଦୂତାବାସ ଦୁଇବର୍ଷ ପରେ କୋଭିଡ୍‌-୧୯ ଭିଜା ନୀତିରେ ସଂଶୋଧନ କରିଛି। କାମରେ ଯୋଗଦେବାକୁ ଚାଇନା ଯିବାକୁ ଚାହୁଥବା ବିଦେଶୀ ନାଗରିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଭିଜା ଆବେଦନକୁ ଗ୍ରହଣ କରାଯିବ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।

Share