Categories: ଜାତୀୟ

ଚାଇନା ଲିଙ୍କ ଲୋନ୍‌ ଆପ୍‌ର ଯାଞ୍ଚ ଆବଶ୍ୟକ

ବେଙ୍ଗାଲୁରୁ,୨।୩: ଚାଇନା ଲିଙ୍କ ଲୋନ୍‌ ଆପ୍‌ର ଯାଞ୍ଚ ହେବା ଜରୁରୀ ବୋଲି କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି। କେରଳର ଲୋନ୍‌ ଆନ୍‌ କମ୍ପାନୀ ଇଣ୍ଡିଟ୍ରେଡ୍‌ ଫିନକୋର୍ପ ଏଲ୍‌ଟିଡି ଚାଇନା ଲିଙ୍କ ଅଭିଯୋଗ ହେବା ପରେ କମ୍ପାନୀ ବିରୋଧରେ କାରଣ ଦର୍ଶାଅ ନୋଟିସ୍‌ ଏବଂ ଆକାଉଣ୍ଟ ଅଚଳ କରିବା ଲାଗି ନୋଟିସ ଜାରି ହୋଇଥିଲା। ଏହାକୁ ବିରୋଧ କରି କମ୍ପାନୀ ପକ୍ଷରୁ କୋର୍ଟରେ ପିଟିଶନ୍‌ ଦାଏର କରାଯାଇଥିଲା। ତେବେ ଜଷ୍ଟିସ୍‌ ଏମ୍‌. ନାଗାପ୍ରସନ୍ନ ଉକ୍ତ ପିଟିଶନ୍‌କୁ ଖାରଜ କରିଛନ୍ତି। ମାମଲାର ଶୁଣାଣି କରି ଜଷ୍ଟିସ୍‌ ନାଗାପ୍ରସନ୍ନ କହିଛନ୍ତି, ଲୋନ୍‌ ନେଇଥିବା କେତେଜଣ ଚାଇନା ପ୍ରତିଦିଧୀଙ୍କ ଆକ୍ରୋଶର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି, ଯାହାର ଯାଞ୍ଚ ହେବା ଆବଶ୍ୟକ। ଅନ୍ୟପକ୍ଷେ ଲୋନ୍‌ ଆପ୍‌ଗୁଡ଼ିକ କିଏ ପରିଚାଳନା କରୁଛି ଏବଂ ଟଣା କାରବାର କିପରି କରାଯାଉଛି ସେ ବିଷୟରେ ଜଣିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ନାଗାପ୍ରସନ୍ନ କହିଛନ୍ତି।

Share