ନୂଆଦିଲ୍ଲୀ,୧୭।୯: ଚାଇନାର ବେଆଇନ ଲୋନ୍ ଏବଂ ବେଟିଂ ଆପ୍ ଦୁର୍ନୀତି ମାମଲାର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିଲ୍ଲୀ, ଗାଜିଆବାଦ, ମୁମ୍ବାଇ, ଲକ୍ଷ୍ନୌ ଏବଂ ଗୟାର ବ୍ୟବସାୟିକ ଓ ଆବାସିକ ସ୍ଥାନରେ ଚଢ଼ାଉ କରିଛି। ଏଚ୍ପିଜେଡ୍ ଓ ଏହା ସହ ସମ୍ପୃକ୍ତ କମ୍ପାନୀ ଉପରେ ଚଢ଼ାଉ କରାଯାଇଥିଲା। ଏଚ୍ପିଜେଡ୍ ଟୋକନ୍ ମାମଲା ସହ ସମ୍ପୃକ୍ତ ପେଟିଏମ୍, ରାଜୋରପେ, କ୍ୟାଶଫ୍ରି ଏବଂ ଏଜ୍ବୁଜ୍ ପ୍ରାଇଭେଟ ଲିମିଟେଡ୍ର ୪୬ କୋଟି ଟଙ୍କା ଇଡି ଜବତ କରିଛି। ଏହା ବ୍ୟତୀତ ଦିଲ୍ଲୀ, ଗୁରୁଗ୍ରାମ, ମୁମ୍ବାଇ, ପୁଣେ, ଚେନ୍ନାଇ, ହାଇଦ୍ରାବାଦ, ଜୟପୁର, ଯୋଧପୁର ଏବଂ ବେଙ୍ଗାଲୁରୁରେ ଥିବା ବିଭିନ୍ନ ବ୍ୟାଙ୍କ ଏବଂ ପେମେଣ୍ଟ ଗେଟ୍ଓ୍ବେ ଶାଖା ଓ କାର୍ଯ୍ୟାଳୟ ଉପରେ ମଧ୍ୟ ଇଡି ଚଢ଼ାଉ କରିଥିଲା।