ଚାଇନାକୁ ପୁଣି ଫେରିଲା କରୋନା ମହାମାରୀ, ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରୋନିକ ମାର୍କେଟ ଅସ୍ଥାୟୀ ଭାବେ ବନ୍ଦ

ବେଜିଂ,୩୦ ।୮: ପୁଣିଥରେ ଚାଇନାରେ କରୋନା ମହାମାରୀ ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଶେନଝେନର ହୁଆକିୟାଂଗବେଇ ସ୍ଥିତ ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରୋନିକ ରିଟେଲ ମାର୍କେଟକୁ ୪ ଦିନ ପାଇଁ ଲକଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସାଇଥ ଚାଇନା ମର୍ନିଂ ପୋଷ୍ଟର ସୂଚନା ଅନୁଯାୟୀ, ହୁଆକିୟାଂଗବେଇରେ ଶେନଝନ ସରକାର ବ୍ୟବସାୟୀକ ଗତିବିଧି ସଂଚାଳନ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀକୁ ରୋକିବାକୁ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟାପକ ଶୃଙ୍ଖଳାର ଏହା ଗୋଟିଏ ଅଂଶ ।

ଅନ୍ୟପଟେ ଇଲେକ୍ଟ୍ରୋନିକ ମାର୍କେଟ ୪ ଦିନ ବନ୍ଦ ହେବା ଯୋଗୁ ସାରା ବିଶ୍ୱରେ ଇଲେକ୍ଟ୍ରୋନିକ ଆଇଟମ ସପ୍ଲାଇ ବି ପ୍ରଭାବିତ ହେବ । ହୁଆକିୟାଂଗବେଇ ଜିଲା ଏକ ବଡ ଇଲେକ୍ଟ୍ରୋନିକ ସର୍ଭିିସ କେନ୍ଦ୍ର ଅଟେ । ସୋମବାରଠାରୁ ଏହାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଗୁରୁବାର ପର୍ଯ୍ୟନ୍ତ ବନ୍ଦ ରହିବ । ସରକାର ସୁପରମାର୍କେଟ, ରେସ୍ତୋରାଁ ଓ ମେଡିକାଲ କମ୍ପାନୀଙ୍କୁ ବାଦ ଦେଇ ଅନ୍ୟ ସମସ୍ତ ବ୍ୟବସାୟ ଓ ସଂସ୍ଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରେସ୍ତୋରାଁରୁ ଖାଦ୍ୟ କେବଳ ପାର୍ସଲ କରାଯିବାକୁ କୁହାଯାଇଛି । ଏପଟେ ସମସ୍ତ ଡାଇନ-ଇନ ସେବାକୁ ନିଲମ୍ବିତ କରାଯାଇଛି । ଅନ୍ୟପଟେ ଲୁଓହୁରେ ଗୁଝୟୁଆନ, ନନ୍‌ହୁ ଓ ସୁଂଗଂଗ ଉପ ଜିଲାରେ ସମ୍ପୂର୍ଣ୍ଣଭାବେ ଲକଡାଉନ ଲଗାଇ ଦିଆଯାଇଛି । କେତେକ ଅଞ୍ଚଳରେ ସ୍କୁଲ ବନ୍ଦ କରାଯାଇ ଅନଲାଇନ କ୍ଲାସ ଆରମ୍ଭ କରାଯାଇଛି ।

Share