୨୦୨୫ ମଧ୍ୟରେ ଆମ ଉପରେ ଆକ୍ରମଣ କରିପାରେ ଚାଇନା: ତାଇଓ୍ବାନ

ତାଇପେଇ,୬ା୧୦: ଚାଇନା ୨୦୨୫ ମଧ୍ୟରେ ଆମ ଉପରେ  ବ୍ୟାପକ ଆକ୍ରମଣ କରିପାରେ। ଏନେଇ ବୁଧବାର ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରୀ ଚିୟୁ କୁଓ-ଚେଙ୍ଗ କହିଛନ୍ତି ଯେ, ଚାଇନା ସହିତ ବର୍ତ୍ତମାନର ଅବସ୍ଥା ୪୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ। ନିକଟ ଅତୀତରେ ଚାଇନା ତାଇଓ୍ବାନ ଅଞ୍ଚଳରେ ଯୁଦ୍ଧ ବିମାନରେ ଅନୁପ୍ରବେଶ କରିଛି। ଅକ୍ଟୋବର ୧ରୁ ୧୫୦ଟି ଚାଇନା ଯୁଦ୍ଧ ବିମାନ ତାଇଓ୍ବାନର ବାୟୁ ପ୍ରତିରକ୍ଷା ଅଞ୍ଚଳରେ ଉଡ଼ିଛି, ଯାହାକୁ ତାଇଓ୍ବାନ ଦୃଢ଼ ଭାବେ ବିରୋଧ କରିଛି।

ତାଇଓ୍ବାନ କହିଛି, ନିଜକୁ ରକ୍ଷା କରିବା ପାଇଁ ଯାହା ପଦକ୍ଷେପ ନେବାକୁ ପଡ଼ିବ, ଆମେ ଏହାକୁ ଗ୍ରହଣ କରିବୁ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ। ଦେଶର ରାଷ୍ଟ୍ରପତି ସାଇ-ଇଙ୍ଗ-ଓ୍ବେନ୍‌ କହିଛନ୍ତି୍‌, ତାଇଓ୍ବାନ ସବୁ ଖର୍ଚ୍ଚରେ ନିଜକୁ ରକ୍ଷା କରିବ। ତାଇଓ୍ବାନ ଚାଇନା ଅତୀତରେ ବେଜିଂ ଦ୍ୱାରା ବାୟୁସେନା ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି। ଏହି ବିଷୟରେ ଚେତାବନୀ ଦେଇ ତାଇଓ୍ବାନ କହିଛି, ଯୁଦ୍ଧ ବିମାନର ଅନୁପ୍ରବେଶ ପରେ ଯଦି ଚାଇନା ଆମ କ୍ଷେତ୍ର ଦଖଲ କରେ, ତେବେ ଆଞ୍ଚଳିକ ଶାନ୍ତି ପାଇଁ ଏହାର ବିପର୍ଯ୍ୟୟ ଘଟିବ।

Share