Categories: ଜାତୀୟ

ଏଲ୍‌ଆଇସିରେ ନିବେଶ ସୁଯୋଗ ପାଇ ନ ପାରେ ଚାଇନା

ନୂଆଦିଲ୍ଲୀ,୨୩।୯: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଶୀଘ୍ର ଇନିସିଆଲ ପବ୍ଲିକ ଅଫରିଂ ଜାରି କରିବାକୁ ଯାଉଛି। ଏଥିରେ ଚାଇନା ନିବେଶକଙ୍କୁ ଶେୟାର କ୍ରୟ ସୁଯୋଗ ମିଳି ନ ପାରେ। ଏହି ପ୍ରକ୍ରିୟା ଲାଗି ନୂଆଦିଲ୍ଲୀ ଚାଇନା ନିବେଶକଙ୍କୁ ବ୍ଲକ କରିବାକୁ ଯୋଜନା କରୁଥିବା ୪ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି ବୁଧବାର ସୂଚନା ଦେଇଛନ୍ତି। ୨ ଦେଶର ସୀମା ବିବାଦ ପରେ ଭାରତରେ ଚାଇନା ବିରୋଧୀ ସ୍ବର ଜୋରଦାର ହୋଇଛି। ଚାଇନା କମ୍ପାନୀଗୁଡ଼ିକ ବିରୋଧରେ ମଧ୍ୟ ଭାରତ କଠୋର ପଦକ୍ଷେପ ଗ୍ରହଣ କରୁଛି। ଏଲ୍‌ଆଇସି ଆଇପିଓରେ ବିଦେଶୀ ନିବେଶକଙ୍କୁ ପ୍ରାୟ ୨୦% ଶେୟାର କ୍ରୟ ଅନୁମତି ମିଳିପାରେ ବିଦେଶର ପେନଶନ ପାଣ୍ଠି, ବୀମା କମ୍ପାନୀ ଏବଂ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ଲାଗି ଏଥିରେ ସୁଯୋଗ ରହିଛି। ମାତ୍ର ବିଦେଶୀ ନିବେଶକଙ୍କ ମଧ୍ୟରୁ ଚାଇନା ସଂସ୍ଥାଗୁଡିକୁ ବାଦ ଦିଆଯିବ ବୋଲି ଅଧିକାରୀ କହିଛନ୍ତି। ଏଲ୍‌ଆଇସିରେ ଅଂଶଧନ ବିକ୍ରି ଦ୍ୱାରା ସରକାର ପ୍ରାୟ ୯୦ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛନ୍ତି।

Share