ବାଇଡେନ୍‌ଙ୍କୁ ନେଇ ଟିପ୍ପଣି ଦେଲା ଚାଇନା

ବେଜିଂ,୨୩ ।୧୧: ବାଇଡେନ୍ ଜଣେ ଦୁର୍ବଳ ରାଷ୍ଟ୍ରପତି । ତେଣୁ ଭବିଷ୍ୟତରେ ଆମେରିକା-ଚାଇନା ମଧ୍ୟରେ ସମ୍ପର୍କ ଭଲ ରହିବ ନାହିଁ ବୋଲି କହିଛି ଚାଇନା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚାଇନାର ଜଣେ ପରାମର୍ଶଦାତା କହିଛନ୍ତି ଚାଇନା ଏହି ଭ୍ରମ ଛାଡିଦେବା ଉଚିତ ଯେ ଆମେରିକା ସହ ତା’ର ଭଲ ସମ୍ପର୍କ ରହିବ । ଅବା ଭବିଷ୍ୟତରେ ଦୁଇ ଦେଶର ସମ୍ପର୍କରେ କୌଣସି ସୁଧାର ଆସିବ । ତେଣୁ ବେଜିଂ ଏକ କଠିନ ପରିସ୍ଥିତି ପାଇଁ ଏବେଠାରୁ ପ୍ରସ୍ତୁତ ହେବା ଦରକାର । ଚାଇନା ପରାମର୍ଶଦାତାଙ୍କ ଏହି ବୟାନକୁ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ବୋଲି କୁହାଯାଉଛି । ତେବେ ଚାଇନା-ଆମେରିକା ଭିତରେ ମନୋମାଳନ୍ୟ ଦୁଇ ନେତାଙ୍କ ମଧ୍ୟରେ ନୁହେଁ ବରଂ ଏହା ବିଶ୍ୱବ୍ୟାପୀ ଆହ୍ୱାନ ଏବଂ ପ୍ରଭାବର ବୋଲି ସେ କହିଛନ୍ତି । ଚାଇନା ପରାମର୍ଶଦାତା ଝୋଙ୍ଗ ୟୋଙ୍ଗସିୟ କହିଛନ୍ତି ଏହା ନିଶ୍ଚିତ ଯେ ଜୋ ବାଇଡେନ ହେଉଛନ୍ତି ଆମେରିକାର ସବୁଠାରୁ ଦୁର୍ବଳ ରାଷ୍ଟ୍ରପତି । ତେଣୁ ତାଙ୍କ ଶାସନ କାଳରେ ଅ।।ମରିକା-ଚାଇନା ସମ୍ପର୍କରେ କୌଣସି ସୁଧାର ପରିଲକ୍ଷିତ ହେଉନାହିଁ ।

Share