Advertisement

ଚାଇନାରେ କରୋନାର ନୂଆ ଲହର ଆଶଙ୍କା, ଜୁନରେ ଗୋଟିଏ ସପ୍ତାହରେ ସାଢେ ୬ କୋଟି ଲୋକ ହୋଇପାରନ୍ତି ସଂକ୍ରମିତ

ବେଜିଂ,୨୬।୫: ଚାଇନାରେ ପୁଣିଥରେ ଆସିପାରେ କରୋନାର ଲହର। ଆଉ ଏହି ଲହର ଏତେ ବିପଦଜନକ ଯେ ଆଶଙ୍କା କରାଯାଉଛି କି ଜୁନରେ ପ୍ରତି ସପ୍ତାହରେ ସାଢେ ୬ କୋଟି ଲୋକ କରୋନାର ଏହି ଲହରରେ ସଂକ୍ରମିତ ହୋଇପାରନ୍ତି। ଏହି ଦାବି କରିଛନ୍ତି ଚାଇନାର ନେଶନାଲ କ୍ଲିନିକାଲ ରିସର୍ଚ୍ଚ ସେଣ୍ଟର ଫର ରେସପିରେଟରି ଡିଜିଜର ନିର୍ଦ୍ଦେଶକ ଝୋଂଗ ନାନଶାନ। ନାନଶାନ ଦାବି କରିଛନ୍ତି କି ଜୁନରେ ପ୍ରତି ସପ୍ତାହରେ ଚାଇନାରେ ସାଢେ ୬ କୋଟି ଲୋକ କରୋନାର ନୂଆ ଭାରିଏଣ୍ଟ ଯୋଗୁ ସଂକ୍ରମିତ ହୋଇପାରନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପ୍ରିଲ ମାସରୁ ଚାଇନାରେ କରୋନା ରୋଗୀଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ଚାଇନାରେ କରୋନା ସଂକ୍ରମଣର ବୃଦ୍ଧି ହେବାର କାରଣ କୋରୋନାର ଓମିକ୍ରନ ଭାରିଆଣ୍ଟ ଏକ୍ସବିବିକୁ କୁହାଯାଉଛି। ଚାଇନାର ଗୁଆଙ୍ଗୋ ସହରରେ ଏକ ବାୟୋଟେକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ନାନଶାନ ଏହି ଦାବି କରିଛନ୍ତି। ସେ କହିଛନ୍ତି ଯେ ଚାଇନାରେ ମେ ମାସ ଶେଷ ସୁଦ୍ଧା ପ୍ରତି ସପ୍ତାହରେ ୪୦ ନିୟୁତ ଲୋକ କରୋନା ଦ୍ୱାରା ପ୍ରଭାବିତ ହେବେ। ଏଥି ସହିତ, ଜୁନ ସୁଦ୍ଧା ଏହି ସଂଖ୍ୟା ସାଢେ ୬ କୋଟି ପର୍ଯ୍ୟନ୍ତ ପହଞ୍ଚିପାରେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share