ତାଲିବାନ ପାଇଁ ଭଣ୍ଡାର ଖୋଲିଲା ଚାଇନା, ୩୧୦ ଲକ୍ଷ ଡଲାର ସହାୟତା ଘୋଷଣା…

ବେଜିଂ,୯।୯: ତାଲିବାନ ପାଇଁ ଚାଇନା ନିଜର ଭଣ୍ଡାର ଖୋଲି ଦେଇଛି। ତାଲିବାନ ସଂଗଠନକୁ ସରକାର ଚଳାଇବା ପାଇଁ ୩୧୦ ଲକ୍ଷ ଡଲାର ସହାୟତା ଘୋଷଣା କରିଛି। ଏହା ସହିତ ଚାଇନା ଆଫଗାନିସ୍ତାନକୁ କରୋନା ଟିକା ମଧ୍ୟ ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଛି। ଚାଇନା କହିଛି ଯେ ତାଲିବାନ ସରକାରଙ୍କୁ ଏହି ଆର୍ଥିକ ସହାୟତା ଦିଆଯାଉଛି ଯାହା ଦ୍ୱାରା ଆଫଗାନିସ୍ତାନରେ ବିଶୃଙ୍ଖଳା ଦୂର ହୋଇପାରିବ ଏବଂ ସୁଶାସନ ପୁଣି ଥରେ ସ୍ଥାପିତ ହୋଇପାରିବ।

ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି, ଆର୍ଥିକ ସହାୟତା ସହିତ ଆବଶ୍ୟକ ଖାଦ୍ୟ ଶସ୍ୟ, ଶୀତକାଳୀନ ସାମଗ୍ରୀ, କରୋନା ଟିକା ଏବଂ ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦିଆଯିବ।

ପଡୋଶୀ ଦେଶମାନଙ୍କର ଏକ ବୈଠକ ଚାଇନା ପକ୍ଷରୁ ଅନୁଠେିତ ହୋଇଥିଲା। ବୈଠକରେ ପାକିସ୍ତାନ ଅଧ୍ୟକ୍ଷତା କରିଥିଲା। ଏଥିରେ ଇରାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ତେବେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରୁଷିଆ ଅଂଶଗ୍ରହଣ କରି ନାହିଁ।

 

Share