ଚାଇନାରେ ବଢି ଚାଲିଛି କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା, ଅନ୍ତେଷ୍ଟିକ୍ରିୟା ପାଇଁ କରିବାକୁ ପଡୁଛି ଅପେକ୍ଷା

ବେଜିଂ,୨୦ ।୧୨: ଚାଇନାରେ ଜିରୋ କୋଭିଡ ପଲିସି କୋହଳ କରିବା ପରେ ଏବେ ସେଠାରେ ଲକ୍ଷ ଲକ୍ଷ ଲୋକ ଏହି ମହାମାରୀ ଦ୍ୱାରା ସଂକ୍ରମିତ ହେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଓ ଅନ୍ତେଷ୍ଟିକ୍ରିୟା ପାଇଁ ଲମ୍ବାଲାଇନରେ ଅପେକ୍ଷା କରିବାକୁ ପଡୁଛି । କାରଣ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆଗାମୀ ୩ ମାସ ମଧ୍ୟରେ ଚାଇନାରେ କରୋନାର ୩ଟି ଲହର ଆସିପାେରେ । ଏଥିରେ ୧୦ ଲକ୍ଷରୁ ଅଧିକ ମୃତ୍ୟୁ ହେବାର ଆଶଙ୍କା କରାଯାଇଛି । ଏହାକୁ ଦେଖି ସାରା ବିଶ୍ୱର ଚିନ୍ତା ବଢିଯାଇଛି ।

Share