ଚାଇନା-ପାକିସ୍ତାନର ମିଳିତ ୫୧ ହଜାର କୋଟିର ରେଳ ପ୍ରୋଜେକ୍ଟ, ଭାରତ ପାଇଁ ଚିନ୍ତାର କାରଣ

ନୂଆଦିଲ୍ଲୀ,୯ା୮: ଚାଇନା ଏବଂ ପାକିସ୍ତାନ ମିଳିତ ଭାବେ ଭାରତ ସହିତ ଜଡ଼ିତ ବିବାଦୀୟ କ୍ଷେତ୍ର ଉପରେ ହଇରାଣ ହରକତ କରୁଛନ୍ତି। ବର୍ତ୍ତମାନ ଚାଇନା ଏବଂ ପାକିସ୍ତାନ ମିଳିତ ଭାବେ ସେମାନଙ୍କ ଆର୍ଥିକ କରିଡର ପାଇଁ ହଜାରେ କୋଟି ମୂଲ୍ୟର ଏକ ରେଳ ପ୍ରକଳ୍ପ ଆରମ୍ଭ କରୁଛନ୍ତି। ଏହି ପ୍ରକଳ୍ପ ଏକ କ୍ଷେତ୍ରରୁ ସୃଷ୍ଟି ହୋଇଛି। ଯାହାକୁ ନେଇ ଭାରତ, ଚାଇନା ଏବଂ ପାକିସ୍ତାନ ମଧ୍ୟରେ ବିବାଦ ରହିଛି।
ଏକ ରିପୋର୍ଟ ଅନୁଯାୟୀ, ଚାଇନା ଏବଂ ପାକିସ୍ତାନ ମିଳିତ ଭାବେ ୬.୮ ବିଲିୟନ ଡଲାର ଅର୍ଥାତ୍‌ ୫୦,୯୮୦ କୋଟି ଟଙ୍କାର ରେଳ ପ୍ରକଳ୍ପ ଆରମ୍ଭ କରୁଛନ୍ତି। ଏହା ବ୍ୟତୀତ ବେଜିଂ ଏବଂ ଇସ୍‌ଲାମାବାଦ ମିଳିତ ଭାବେ ଥାକୋଟରୁ ହାବେଲିୟା ପର୍ଯ୍ୟନ୍ତ ୧୧୮ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି। ଏହା ଏକ ପ୍ରମୁଖ ସଡ଼କ ପ୍ରକଳ୍ପର ଏକ ଛୋଟ ଅଂଶ। ଏହି ରାସ୍ତା ପାକିସ୍ତାନର ଇସଲାମାବାଦରୁ ଚାଇନାର ଜିନଜିଆଙ୍ଗ ଅଞ୍ଚଳର କାଶଗରକୁ ଯିବ।
ଅନ୍ୟପକ୍ଷରେ ଏହି ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଦେଶର ଏକ ନକ୍ସା ଜାରି କରିଛନ୍ତି। ଯେଉଁଥିରେ ଦର୍ଶାଯାଇଛି ଯେ, ଭାରତ ଜମ୍ମୁ-କଶ୍ମୀରକୁ ବେଆଇନ ଭାବେ ଦଖଲ କରିଛି। ଏଥିସହିତ ଭାରତ ସରକାର ପାକିସ୍ତାନର ଏହି ମାନଚିତ୍ରକୁ ପ୍ରତ୍ୟାଖ୍ୟାନ କରି କରିଛନ୍ତି।

Share