ୟୁଏନ୍‌ଏଚ୍‌ଆର୍‌ସିକୁ ଚାଇନା, ପାକିସ୍ତାନ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫ା୧୦ (ପି.ଟି./ଆଇଏଏନ୍‌ଏସ୍‌): ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)କୁ ପାକିସ୍ତାନ ଓ ଚାଇନା ପୁନଃ ନିର୍ବାଚିତ ହୋଇଛନ୍ତି। ଚାଇନା ଖୁବ୍‌ କମ୍‌ ଭୋଟ ବ୍ୟବଧାନରେ ୟୁଏନ୍‌ଏଚ୍‌ଆର୍‌ସିରେ ଗୋଟିଏ ଆସନ ଜିତିଥିବାବେଳେ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ୫ ରାଷ୍ଟ୍ର ମଧ୍ୟରୁ ସର୍ବାଧିକ ଭୋଟ ହାସଲ କରି ମଜଭୁତ ସ୍ଥିତିରେ ରହିଛି ପାକିସ୍ତାନ। ଏହାକୁ ନେଇ ଉକ୍ତ ଆନ୍ତର୍ଜାତିକ ମାନବାଧିକାର ସଂସ୍ଥାକୁ ବୁଧବାର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏଥିସହ ୟୁଏନ୍‌ଏଚ୍‌ଆର୍‌ସି ପାଇଁ ଏହା ଏକ ‘କଳାଦିବସ’ ଭାବେ କେତେକ ଅନ୍ତର୍ଜାତୀୟ ମାନବାଧିକାର ସଂସ୍ଥା ଅଭିହିତ କରିଛନ୍ତି।
୭୫ତମ ଜାତିସଂଘ ସାଧାରଣ ସଭାରେ ମଙ୍ଗଳବାର ୟୁଏନ୍‌ଏଚ୍‌ଆର୍‌ସି ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ୪୭ ସଦସ୍ୟ ବିଶିଷ୍ଟ ଏହି ପରିଷଦକୁ ୧୫ ରାଷ୍ଟ୍ର ନିର୍ବାଚିତ ହୋଇଛନ୍ତି। ନୂଆ ସଦସ୍ୟ ରାଷ୍ଟ୍ରଗୁଡ଼ିକ ୨୦୨୧ରୁ ଜାନୁୟାରୀରୁ ୩ ବର୍ଷ ପାଇଁ ୟୁଏନ୍‌ଏଚ୍‌ଆର୍‌ସିରେ ପ୍ରତିନିଧିତ୍ୱ କରିବେ। ପାକିସ୍ତାନକୁ ୧୬୯ ଭୋଟ ମିଳିଥିବାବେଳେ ଉଜ୍‌ବେକିସ୍ତାନ ୧୬୪ ଓ ନେପାଳକୁ ୧୫୦ ଖଣ୍ଡ ଭୋଟ ମିଳିଛି। ଚାଇନା ସପକ୍ଷରେ ୧୩୯ ଭୋଟ ପଡ଼ିଛି। ୨୦୧୬ରେ ଚାଇନା ୧୮୦ ଖଣ୍ଡ ଭୋଟ ପାଇଥିବାବେଳେ ଗତବର୍ଷ ଏହାକୁ ନିର୍ବାଚିତ ୧୫ ରାଷ୍ଟ୍ର ମଧ୍ୟରୁ ସର୍ବନିମ୍ନ ଭୋଟ ମିଳିଥିଲା। ତେବେ ପରିଷଦରେ ପୁନଃ ସ୍ଥାନିତ ହେବା ପାଇଁ ରିୟାଧର ଉଦ୍ୟମ ବିଫଳ ହୋଇଛି। ସୌଦି ଆରବକୁ ୯୦ ଭୋଟ ମିଳିଛି।
ଚାଇନା, ରୁଷିଆ ଓ କ୍ୟୁବା ଜାତିସଂଘ ମାନବାଧିକାର ପରିଷଦକୁ ନିର୍ବାଚିତ ହେବା ୨୦୧୮ରେ ପରିଷଦରୁ ଆମେରିକା ଓହରି ମାନବାଧିକାର ସୁରକ୍ଷା ଲାଗି ଅନ୍ୟ ମାଧ୍ୟମ ଆପଣାଇବା ନିଷ୍ପତ୍ତିକୁ ଯଥାର୍ଥତାକୁ ପ୍ରମାଣିତ କରୁଛି ବୋଲି ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଟୁଇଟ୍‌ କରିଛନ୍ତି। ପମ୍ପିଓ କହିଛନ୍ତି, ଶିଞ୍ଜିଆଙ୍ଗ, ମ୍ୟାନ୍‌ମାର, ଇରାନ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକରେ ଆମେ ମାନବାଧିକାର ଉଲ୍ଲଂଘନକାରୀମାନଙ୍କୁ ଚିହ୍ନଟ କରି ଦଣ୍ଡିତ କରିଛୁ। ସେହିପରି ମାନବାଧିକାର ଉପରେ କାର୍ଯ୍ୟ କରୁଥିବା ଜେନେଭାଭିତ୍ତିକ ଆଇନଜୀବୀ ତଥା ୟୁନାଇଟେଡ୍‌ ନେଶନ୍ସ ଓ୍ବାଚ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିଲ୍ଲେଲ ନେଉଏର ମଧ୍ୟ ୪ ରାଷ୍ଟ୍ର ନିର୍ବାଚିତ ହେବା ନେଇ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଜାତିସଂଘର ସଦ୍ୟ ବିଶ୍ୱ ଏପରି ମାନବାଧିକାରକୁ ନେଇ ବିଚାର କରୁଛି, ଯେଉଁଠି ପାକିସ୍ତାନ ଖ୍ରୀଷ୍ଟିଆନ, ହିନ୍ଦୁ ଓ ଅହମଦିଆମାନଙ୍କୁ ଅତ୍ୟାଚାର କରେ। ଚାଇନାରେ ୧୦ ଲକ୍ଷ ଉଇଗରଙ୍କୁ ଶିବିରରେ ବନ୍ଦୀ କରାଯାଇଛି। ରୁଷିଆ ଅସନ୍ତୁଷ୍ଟ ବିଦ୍ରୋହୀଙ୍କୁ ବିଷ ଦେଉଛି। କ୍ୟୁବାରେ ପୋଲିସ ଷ୍ଟେଟ୍‌ ଚାଲିଛି। ତେଣୁ ଏହା ମାନବାଧିକାର ପାଇଁ ଏକ ‘କଳାଦିବସ’। ଅନୁରୂପ ଭାବେ ଭାରତର ବରିଷ୍ଠ ବହିର୍ବ୍ୟାପାର ନୀତି ବିଶେଷଜ୍ଞ ବ୍ରହ୍ମା ଚେଲ୍ଲନୀ ଟୁଇଟ୍‌ କରି କହିଛନ୍ତି, ଚାଇନା ୧ ନିୟୁତରୁ ଊର୍ଦ୍ଧ୍ୱ ମୁସ୍‌ଲମାନଙ୍କୁ ବନ୍ଦୀ କରି ରଖିଥିବାବେଳେ ତିବ୍ବତରେ ଦମନଲୀଳା ଚଳାଇ ଅଟକମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ପାଇଁ ନେବା ସହ ସେମାନଙ୍କୁ ହତ୍ୟା କରୁଛି। ଏହି ଦେଶ ୟୁଏନ୍‌ଏଚ୍‌ଆର୍‌ସିରେ ଏକ ଆସନ ଲାଭ କରିଛି। ଚାଇନା ତା’ର ପ୍ରତିନିଧି ପାକିସ୍ତାନଠାରୁ ୩୦ ଖଣ୍ଡ କମ୍‌ ଭୋଟ ପାଇଛି। ମାନବାଧିକାର ପରିଷଦ କ୍ରମଶଃ ଅପ୍ରାସଙ୍ଗିକ ହେବାରେ ଲାଗିଛି। ପାକ୍‌-ଅଧିକୃତ କଶ୍ମୀର (ପିଓକେ)ର ଅଧିକାର କର୍ମୀ ଅମ୍‌ଜଦ ଆୟୁବ ମିର୍ଜାଙ୍କ ମତରେ ପାକିସ୍ତାନ, ଚାଇନା, କ୍ୟୁବା, ରୁଷିଆ ଓ ସୌଦି ଆରବ ଭଳି ବିଶ୍ୱର ନିକୃଷ୍ଟ ମାନବାଧିକାର ଉଲ୍ଲଂଘନକାରୀ ଦେଶଗୁଡ଼ିକ ଜାତିସଂଘର ଏହି ସଂସ୍ଥାକୁ ନିର୍ବାଚିତ ହେବା ଉକ୍ତ ସଙ୍ଗଠନର ବିଶ୍ୱସନୀୟତାକୁ ଧ୍ୱଂସ କରିଦେବ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ୟୁରୋପ, ଆମେରିକା ଓ କାନାଡାର କେତେକ ମାନବାଧିକାର ଗୋଷ୍ଠୀକୁ ନେଇ ଗଠିତ ମେଣ୍ଟ ଚାଇନା, ରୁଷିଆ, ସୌଦି ଆରବ, କ୍ୟୁବା, ପାକିସ୍ତାନ ଓ ଉଜ୍‌ବେକିସ୍ତାନର ନିର୍ବାଚନକୁ ବିରୋଧ କରିବା ପାଇଁ ଜାତିସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଅନୁରୋଧ କରିଥିଲେ। ଏହି ଦେଶଗୁଡ଼ିକର ମାନବାଧିକାର ରେକର୍ଡ ସେଗୁଡ଼ିକୁ ଅଯୋଗ୍ୟ ସାବ୍ୟସ୍ତ କରିଥିବା ସେମାନେ ଦର୍ଶାଇଥିଲେ। ଏହାସତ୍ତ୍ୱେ ଚାଇନା ଓ ପାକିସ୍ତାନ ୟୁଏନ୍‌ଏଚ୍‌ଆର୍‌ସିକୁ ନିର୍ବାଚିତ ହେବା ଅସନ୍ତୋଷର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ...

ଜାପାନ-ଆମେରିକା ଉପରେ ଆକ୍ରମଣ କରିବ ଚାଇନା? ଚମକାଇ ଦେଲେ ବିଶେଷଜ୍ଞ

ଟୋକିଓ,୨୩।୯: ତାଇୱାନର ଉତ୍ତେଜନା ଏବଂ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ବିବାଦ ମଧ୍ୟରେ ଚାଇନା-ଜାପାନ ସମ୍ପର୍କ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶାନ୍ତି...

ରାଷ୍ଟ୍ରପତି ନିର୍ବାଚନ ହାରିଗଲେ କ’ଣ କରିବେ ଟ୍ରମ୍ପ? ଏବେ କଲେ ସ୍ପଷ୍ଟ

ଓ୍ବାଶିଂଟନ,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି। ନିର୍ବାଚନ ତାରିଖ ନଭେମ୍ବର ୫ ରଖାଯାଇଛି। ରବିବାର ଏକ ଇଭେଣ୍ଟରେ ରିପବ୍ଲିକାନ ପାର୍ଟି...

ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୩।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଅନୁରା କୁମାରା ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତ ସହ କାମ କରିବାକୁ ନିଜର...

କ୍ୱାଡ୍‌ରେ ଚାଇନାକୁ ଟାର୍ଗେଟ

ଓ୍ବିଲ୍‌ମିଙ୍ଗଟନ୍‌,୨୩ା୯: ବିଶ୍ୱର ମଙ୍ଗଳ ପାଇଁ କ୍ୱାଡ୍‌ ଏକ ଶକ୍ତି। ଏହି ମେଣ୍ଟର ବର୍ତ୍ତମାନ ଭଳି ରଣନୀତିକ ଏକତା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ଆମେରିକା,...

ମୋଦିଙ୍କୁ ଭୁଲିଗଲେ ବାଇଡେନ୍‌

ଓ୍ବିଲ୍‌ମିଙ୍ଗଟନ୍‌,୨୩।୯ : କ୍ୱାଡ୍‌ ସମ୍ମିଳନୀ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭୁଲାପଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଡେଲାଓ୍ବାରେଠାରେ ରବିବାର ସକାଳେ ଏକ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri