କରୋନାଠାରୁ ମାରାତ୍ମକ ଭୂତାଣୁ ବିକଶିତ କରୁଛନ୍ତି ଚାଇନା-ପାକିସ୍ତାନ, ରାଓ୍ବଲପିଣ୍ଡ ରିସର୍ଚ୍ଚ ଲ୍ୟାବ୍‌ରେ ଚାଲିଛି ପ୍ରସ୍ତୁତି…

ଇସଲାମାବାଦ/ବେଜିଂ,୮।୧୧ : ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବନ୍ଧୁତା ଏବେ ପୃଥିବୀ ପାଇଁ ନୂଆ ବିପଦ ସୃଷ୍ଟି କରିବାକୁ ଯାଉଛି। ଚାଇନା ପାକିସ୍ତାନକୁ ଅନେକ ଥର ଆର୍ଥିକ ସହାୟତା କରିଛି। ଏଥି ସହିତ ପାକିସ୍ତାନ ମଧ୍ୟ ଚାଇନାର ବେଆଇନ କାର୍ଯ୍ୟକୁ ୁ ସମର୍ଥନ କରିବାକୁ କୁଣ୍ଠାବୋଧ କରେ ନାହିଁ। ଉଭୟଙ୍କ ବନ୍ଧୁତା ବର୍ତ୍ତମାନ ଏକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ସେମାନେ ଏକାଠି ହୋଇ ଦୁନିଆକୁ ଧ୍ୱଂସ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଖବର ଅନୁସାରେ ଅଛି ଯେ ଚାଇନା ଏବଂ ପାକିସ୍ତାନ ମିଳିତ ଭାବେ କରୋନା ଅପେକ୍ଷା ଏକ ମାରାତ୍ମକ ଭୂତାଣୁ ସୃଷ୍ଟି କରୁଛନ୍ତି। ରାୱଲପିଣ୍ଡିର ରିସର୍ଚ୍ଚ ଲ୍ୟାବରେ ଏହି ଭୂତାଣୁ ବିକଶିତ କରିବା ପାଇଁ ଉଭୟ ଦେଶ ସହଭାଗିତାରେ କାର୍ଯ୍ୟ କରୁଛନ୍ତି ।

ପ୍ରକାଶିତ ଏକ ରିପୋର୍ଟରେ ଜିଓ-ପଲିଟିକ କହିଛି ଯେ ଏହି ନିର୍ଦ୍ଦିଷ୍ଟ ପ୍ରକଳ୍ପ ୱୁହାନ ଇନଷ୍ଟିଚ୍ୟୁଟ ଏବଂ ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂଗଠନ ଦ୍ୱାରା ପରିଚାଳିତ ହେଉଛି। ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂଗଠନ ପାକିସ୍ତାନ ସେନା ଦ୍ୱାରା ପରିଚାଳିତ। ତେବେ, ୨୦୨୦ରେ କୌଣସି ନିର୍ଦ୍ଦିଷ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଖବରକୁ ପାକିସ୍ତାନ ଅସ୍ବୀକାର କରିଛି। ଜିଓ-ପଲିଟିକ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ପାକିସ୍ତାନର ବାୟୋସଫେଟି ଲେଭଲ -୩ (ବିଏସଏଲ -୩) ଲାବୋରେଟୋରୀ ବିଷୟରେ କୌଣସି ରହସ୍ୟ ନାହିଁ।

ଏହି ଲାବୋରେଟୋରୀ ରାୱଲପିଣ୍ଡିର ଚାକାଲାଲା କ୍ୟାଣ୍ଟନମେଣ୍ଟରେ ଅବସ୍ଥିତ। ରିପୋର୍ଟରେ ଆହୁରି କୁହାଯାଇଛି ଯେ ଏହା ଏକ ସୁରକ୍ଷିତ ଅଞ୍ଚଳ ଏବଂ ଏହାର ନେତୃତ୍ୱ ଦୁଇ ତାରକା ଜେନେରାଲ କରିଥାନ୍ତି। କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଚାଇନା ପ୍ରକୃତରେ ନୂଆ ଭୂତାଣୁ ବିକଶିତ ପାଇଁ କାର୍ଯ୍ୟ କରୁଛି। ଯାହାର କୋଭିଡ ଅପେକ୍ଷା ଅଧିକ କ୍ଷତି କରିବାର କ୍ଷମତା ରହିଛି। ପ୍ରଧାନମନ୍ତ୍ରୀ ଶହେବାଜ ସରିଫ ଏବଂ ରାଷ୍ଟ୍ରପତି ଶି ଜିନପିଙ୍ଗ୍‌ଙ୍କ ନିର୍ଦ୍ଦେଶରେ ଏହା କରାଯାଉଥିବା ରିପୋର୍ଟରେ ଦାବି କରାଯାଇଛି।

Share