Categories: ଜାତୀୟ

‘ଭାରତ ସୀମାରେ ମଜଭୁତ ଭାବେ ଛିଡା ହୋଇଛନ୍ତି ଚାଇନା-ପାକିସ୍ତାନ’

ମୁମ୍ବାଇ,୩।୨:କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ପରେ ଗୁରୁବାର ଶିବସେନାର ଜାତୀୟ ମୁଖପାତ୍ର ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ଚାଇନା ଏବଂ ପାକିସ୍ତାନ ସମ୍ପର୍କରେ ମୋଦି ସରକାରଙ୍କୁ ଘେରିଛନ୍ତି। ସଞ୍ଜୟ କହିଛନ୍ତି, ଚାଇନା ଏବଂ ପାକିସ୍ତନ ସୀମାରେ ଆମ ବିରୋଧରେ ଏକ ଶକ୍ତିଶାଳୀ ଭାବେ ଠିଆ ହୋଇଛନ୍ତି। ସେମାନଙ୍କୁ ମାତ୍‌ ଦେବା ପାଇଁ ଆମେ କଠିନ ପରିଶ୍ରମ କରିବା ଉଚିତ୍‌। ଚାଇନା ପାକିସ୍ତାନକୁ ସାହାଯ୍ୟ କରୁଛି, ଏଥିପାଇଁ ଆମକୁ ସତର୍କ ହେବାକୁ ପଡିବ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ବୁଧବାର ସଂସଦରେ ରାହୁଲ ସେ କହିଥିଲେ, ଆଜି ମୋ ଦେଶ ଯେଉଁଠି ଛିଡା ହୋଇଛି, ତା’କୁ ଦେଖି ମୁଁ ବ୍ୟସ୍ତ। ଆପଣ ଦେଶ ଓ ଦେଶବାସୀଙ୍କ ଜୀବନକୁ ଗୋଟିଏ ସମ୍ବେଦନଶୀଳ ମୋଡରେ ଛିଡା କରିଦେଇଛନ୍ତି। ଆପଣ ପାକିସ୍ତାନ ଓ ଚାଇନାକୁ ଏକାଠି କରିଛନ୍ତି। ଜମ୍ମୁ-କଶ୍ମୀରରେ ଆପଣ ବହୁତ ବଡ ରଣନୀତିଗତ ତ୍ରୁଟି କରିଛନ୍ତି। ଚାଇନା ଯୋଜନାବଦ୍ଧ ଭାବେ ସବୁ କିଛି କରୁଛି। ଆପଣ ଏହାକୁ ଆଦୌ ହାଲୁକା ଭାବେ ନିଅନ୍ତୁ ନାହିଁ। ଚାଇନା ପୂରା ସ୍ପଷ୍ଟ ଭାବେ ନିଜ ଲକ୍ଷ୍ୟ ଦିଗରେ ଗତି କରୁଛି। ଦୟା କରି ଏହାକୁ ବୁଝନ୍ତୁ। ନ ହେଲେ ବହୁତ ବଡ ସମସ୍ୟା ଦେଖାଯିବ।

Share