ଆମେରିକା କଥା ଶୁଣି ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଲା

ଓ୍ବାଶିଂଟନ,୨୬ା୬: ଚାଇନା ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଆମେରିକାର ଏକ ବିବୃତ୍ତି ନିଶ୍ଚିତ ଭାବରେ ପାକିସ୍ତାନ ଏବଂ ଚାଇନାର ମନକୁ ଅଶାନ୍ତ କରିବ। ଆମେରିକା କହିଛି ଯେ, ବିଶ୍ୱବ୍ୟାପୀ ଭାରତ ଆମର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଆମେ ଅନେକ ଅର୍ଥନୈତିକ, ରଣନୀତିକ ଏବଂ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ଭାରତ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ। ହ୍ବାଇଟ୍‌ ହାଉସର ପ୍ରେସ ମୁଖପାତ୍ର ଜେନ୍‌ ସାକି କହିଛନ୍ତି ଯେ, କରୋନା ବିରୋଧରେ ଲଢ଼ିବାରେ ଆମେରିକା ଭାରତକୁ ସାହାଯ୍ୟ କରିବା ପାଇଁ ଅନେକ ପଦକ୍ଷେପ ନେଉଛି। ଏହି ମହାମାରୀର ମୁକାବିଲା ପାଇଁ ଆମେ ଭାରତକୁ ସବୁ ପ୍ରକାରରେ ସାହାଯ୍ୟ କରୁଛୁ। ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଚାଇନା କ୍ରମାଗତ ଭାବରେ ସୀମାରେ ଭାରତ ଉପରେ ଚାପ ପକାଉଛି। ଏଭଳି ପରିସ୍ଥିତିରେ ଭାରତ ସହିତ ଖୋଲାଖୋଲି ଭାବେ ଆମେରିକା ଆସିବା ଚାଇନା ଏବଂ ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇପାରେ।

Share