Advertisement

ଦୁର୍ଘଟଣା ପୂର୍ବରୁ ୩ ମିନିଟ୍‌ ମଧ୍ୟରେ ୨୬ ହଜାର ଫିଟ୍‌ ତଳକୁ ଖସି ଥିଲା ବିମାନ

ନୂଆଦିଲ୍ଲୀ,୨୨।୩: ମୋଟ ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଚାଇନିଜ ବିମାନ ସୋମବାର ଚାଇନାର ସଦର୍ନ ଗୁଆନଜି ରାଜ୍ୟରେ ଖସି ପଡ଼ିଛି। ତେବେ ଅନଲାଇନ ଫ୍ଲାଇଟ୍‌ ଟ୍ରାକର ଫ୍ଲାଇଟ୍‌ରାଡାର୨୪ ଅନୁଯାୟୀ, ଦୁର୍ଘଟଣା ପୂର୍ବରୁ ବୋଇଂ ୭୩୭ ବିମାନ ୩ ମିନିଟ୍‌ ମଧ୍ୟରେ ୨୬ ହଜାର ଫିଟ୍‌ ଖସିଥିଲା।

ଦୁର୍ଘଟଣାଗ୍ରସ୍ତ ବୋଇଂ ୭୩୭-୮୦୦ ଚାଇନାର କୁନମିଙ୍ଗରୁ ଅପରାହ୍ନ ୧ଟା ୧୧ରେ ଉଡାଣ ଆରମ୍ଭ କରିଥିଲା। ଫ୍ଲାଇଟ୍‌ରାଡାର ୨୪ରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିମାନ ୩ଟା ୫ରେ ଗୁଆନଝୋରେ ଅବତରଣ କରିଥାନ୍ତା। କିନ୍ତୁ ୨ଟା ୨୨ ପରେ ରାଡାର ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ଫ୍ଲାଇଟ୍‌ରାଡର ୨୪ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନ ୬ ବର୍ଷ ପୁରୁଣା। ୨୯,୧୦୦ ଫିଟ୍‌ ଉପରେ ଉଡ଼ୁଥିବା ବିମାନ ୨ ମିନିଟ୍‌ ୧୫ ସେକେଣ୍ଡରେ ୯,୦୭୫ ଫିଟ୍‌କୁ ଖସି ଆସିଥିଲା। ପରବର୍ତ୍ତୀ ୨୦ ସେକେଣ୍ଡରେ ବିମାନ ୩,୨୨୫ ଫିଟ୍‌କୁ ଖସିଥିଲା, ଯାହାକି ଅନ୍ତିମ ଥର ରେକର୍ଡ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel