healthy pregnancy. Side view pregnant woman with big belly advanced pregnancy in hands. Banner copyspace for text. Elegant mother waiting baby
ବେଜିଂ,୨୯।୪: ଚାଇନାରେ ଏବେ ଜନସଂଖ୍ୟା ଦ୍ରୁତ ପରିମାଣରେ ହ୍ରାସ ହେବାରେ ଲାଗିଛି। ଏହାକୁ ଦେଖି ଏବେ ଚିନ୍ତାରେ ପଡିଯାଇଛି ଚାଇନା। ଏବେ ଚାଇନା ସରକାର ସନ୍ତାନ ପ୍ରସବ କରିବାକୁ ପ୍ରୋତ୍ସାହନ ଦେବା ଲାଗି ନୂଆ ନୂଆ ନିୟମ କରୁଛନ୍ତି। ଏବେ ଆଉ ଏକ ନୂଆ ନିୟମ ହୋଇଛି। ଏହି ନିୟମ ଅନୁଯାୟୀ, ଏବେ ଚାଇନାରେ ସିଙ୍ଗଲ ମହିଳା ଆଇନ ଅନୁଯାୟୀ ଆଇଭିଏଫ ଟ୍ରିଟମେଣ୍ଟ ନେଇପାରିବେ।
ସୂଚନାଯୋଗ୍ୟ, ଚାଇନାର ସିଜୁଆନ ଅଞ୍ଚଳରେ ଅବିବାହିତ ମହିଳାମାନେ ସନ୍ତାନ ପ୍ରସବ କରିପାରିବେ। ଏବେ ଚାଇନା ସରକାର ସମଗ୍ର ଦେଶରେ ଏହି ଆଇନକୁୁ ମାନ୍ୟତା ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହାସହ ଅବିବାହିତ ମହିଳା ଗର୍ଭବତୀ ହେଲେ ସେମାନଙ୍କୁ ମ୍ୟାଟରନିଟି ଲିଭ ଦେବାକୁ ବି ଯୋଜନା କରିଛନ୍ତି। ଏହାସହ ସନ୍ତାନ ପ୍ରସବ କରିବା ପାଇଁ ସବସିଡି ଦେବା ଓ ଆଇଭିଏଫ ଟ୍ରିଟମେଣ୍ଟ ଦେବାକୁ ଅନୁମତି ଦେବାଲାଗି ପ୍ରସ୍ତୁତ ହେଉଛନ୍ତି।